Odisha news

ଆହ୍ୱାନ ସାମାଜିକ ଅନୁଷ୍ଠାନ ପକ୍ଷରୁ କଲେଜ ଛାତ୍ରଛାତ୍ରୀଙ୍କ ଶିକ୍ଷା ପରିଭ୍ରମଣ

0

ବାରିପଦା  : “ଆହ୍ୱାନ’ ସାମାଜିକ ଅନୁଷ୍ଠାନ, ବାରିପଦା ଆନୁକୂଲ୍ୟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଉଚ୍ଚ ମାଧ୍ୟମିକ ଏବଂ କଲେଜର ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନରତ ଅଣ୍ଡରଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ଏକ ୫୦ଜଣିଆ ପ୍ରତନିଧି ଦଳ ଅନୁମତିପ୍ରାପ୍ତ ହୋଇ ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ଉନ୍ନୟନ ପ୍ରତିଷ୍ଠାନର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଡିଆରଡିଓ, ଆଇଟିଆର)କୁ ଶିକ୍ଷା ପରିଭ୍ରମଣରେ ଆସି ସଂସ୍ଥାର ବିଭିନ୍ନ ବିଭାଗ ବୁଲି ଦେଖିବା ସଙ୍ଗେ ସଙ୍ଗେ ଦେଶର ପ୍ରତିରକ୍ଷା ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଛନ୍ତି । ଡିଆରଡିଓ, ଆଇଟିଆରର ଅତିରିକ୍ତ ନିଦେ୍ର୍ଦଶକ ବରିଷ୍ଠ ବୈଜ୍ଞାନିକ ଡାଃ ନୀଳାଦ୍ରି ରୟ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକ ଅନୁସନ୍ଧାନ ବିଷୟରେ ମାର୍ଗଦର୍ଶନ କରାଇଥିବାବେଳେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ଉନ୍ନୟନ ପ୍ରତିଷ୍ଠାନରେ ଗବେଷଣା ନିମନ୍ତେ କିଭଳି ସୁଯୋଗ ରହିଛି ସେ ସମ୍ପର୍କରେ ଶିକ୍ଷାର୍ଥୀଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଇ ପିଲାଙ୍କୁ ବିଜ୍ଞାନ କ୍ଷେତ୍ରରେ ଭବିଷ୍ୟତ ଗଠନ ପାଇଁ ଉତ୍ସାହିତ କରିଥିଲେ । ଶିକ୍ଷା ପରିଭ୍ରମଣରେ ଅଂଶଗ୍ରହଣ କରିଥିଲେ ଫେକଲଟି ଗାଇଡଙ୍କ ତତ୍ତ୍ୱାବଧାନରେ ମୟୂରଭଞ୍ଜର ବାରିପଦା ମହାବିଦ୍ୟାଳୟ ବାରିପଦା, ପୂର୍ଣ୍ଣଚନ୍ଦ୍ର ହାୟର୍ ସେକେଣ୍ଡାରୀ ସ୍କୁଲ, ବାଲେଶ୍ୱର ଜିଲ୍ଲାର କୁନ୍ତଳା କୁମାରୀ ମହିଳା ମହାବିଦ୍ୟାଳୟ ଏବଂ ଡିଏଭି ପବ୍ଲିକ୍ ସ୍କୁଲ୍ ବାଲେଶ୍ୱରର ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମକୁ ଆବାହକ ସତ୍ୟଦୀପ ନାୟକ ଓ ବରିଷ୍ଠ ସଦସ୍ୟ ଚରକ ପଟ୍ଟନାୟକ ପରିଚାଳନା କରିଥିଲେ ।

Leave A Reply