ଏମ୍ପିସି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦ୍ୱାରା “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ପ୍ରସାର’ କାର୍ଯ୍ୟକ୍ରମ ଉଦ୍ଘାଟିତ
ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ସମ୍ମନୀତ ଯୁବବିକାଶ କାର୍ଯ୍ୟକ୍ରମ (ଆଇୱାଇଡିପି) ନୂଆ-ଓ ଯୁବ ଓଡ଼ିଆ ନବୀନ ଓଡ଼ିଶା ନିମନ୍ତେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆରମ୍ଭ କରାଯାଇଛି । ଅଧ୍ୟକ୍ଷ ଉପେନ୍ଦ୍ର କୁମାର ମାଝୀଙ୍କ ଦ୍ୱାରା ଶୁଭାରମ୍ଭ କରି ଓଡ଼ିଆ ଭାଷାର ଅପଭ୍ରଂଶ ଶବ୍ଦ ସମ୍ଭବତଃ ରୋକାଯାଇ ପାରିଲେ ଆମ୍ଭେମାନେ ଗର୍ବରେ କହିପାରିବା “ମୁଁ ଓଡ଼ିଆ, ଓଡ଼ିଶାର ସଂସ୍କୃତି ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତି, ଭାଷା ଓଡ଼ିଆ’ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚିତ ହୋଇପାରିବା । ଆମନ୍ତ୍ରିତ ଅତିଥି ଅଧ୍ୟାପକ, ପ୍ରବଚକ ଡଃ ଦୀପଙ୍କର ମିଶ୍ର ଜଗନ୍ନାଥ ସଂସ୍କୃତିର ପ୍ରାଣ ପ୍ରତିଷ୍ଠା ଦାରୁବ୍ରହ୍ମ ମନୁଷ୍ୟ ଜୀବନ ସହିତ ପୂର୍ଣ୍ଣାଙ୍ଗ ସଫଳ ଜୀବନର ଏକ ଅଂଶ ସଂସ୍କୃତ ଭାଷାରେ ସଭାକୁ ମନ୍ତ୍ର ମୁଗ୍ଧ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ମଥୁରା ନାୟକ ଓଡ଼ିଆ ଭାଷାର ଉତ୍ପତ୍ତି ଆଦି ଯୁଗର ନବମ ଖ୍ରୀଷ୍ଟାବ୍ଦରେ ସାରଳା ୧୫ଶତାଦ୍ଦ, ପଞ୍ଚ ସଖା ୧୬ଶତାବ୍ଦି ଯୁଗର ଜଗନ୍ନାଥ ସଂସ୍କୃତିର ପ୍ରଚାରକ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ରହିଛି । ସମସ୍ତ ପ୍ରତିଯୋଗୀ ଓଡିଆ ଗୀତ, ନାଚ, ନାଟକ, ଜଣାଣ, କବିତାରେ ପୂର୍ଣ୍ଣ ମାତ୍ରାରେ ଯୋଗଦେଇ ସଫଳତା ହାସଲ କରିବାକୁ ନିବେଦନ କରିଥିଲେ । ସ୍ୱାଗତ ଭାଷଣ ରଖିଥିଲ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ସଦସ୍ୟ ସାଉନା କିସ୍କୁ ଓ ଅନ୍ୟ ଜଣେ ସଦସ୍ୟା ନିତ୍ୟା ନିରଞନା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଆଗାମୀ ତିନିଦିନ ଯୋଗଦେଇ ସଫଳତାର ଶପଥପାଠ କରିଥିଲେ ।