Odisha news

ନିରବୀ ଗଲେ ସାହିତ୍ୟ ସାରଧକ ଅନ୍ନପୂର୍ଣ୍ଣା

0

ବାରିପଦା  : ଏକଧାର ରେ ଜଣେ ସାହିତ୍ୟ ସାରଧକ, ଶିକ୍ଷୟିତ୍ରୀ, ସମାଜ ସଂସ୍କାରକ, କବି ଗାଳ୍ପିକ, ବିଭିନ୍ନ ସାହିତି୍ୟକ ଅନୁଷ୍ଠାନରୁ ଉପାଧି ପାଇଥିବା ଜଣେ ମହିଳାଙ୍କର ଆଜି ପରଲୋକ ହୋଇଛି । ସେ ହେଉଛନ୍ତି ବାରିପଦା ସ୍ଥିତ ପାଲବଣୀ ଅଞ୍ଚଳର କବ ମୁକୁନ୍ଦ ଉପାଧି ଲାଭ କରିଥିବା ଅନ୍ନପୂର୍ଣ୍ଣା ଖିଲାର(୭୪) । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ନିକଟସ୍ଥ ଚିକିସôାଳୟକୁ ନିଆ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବହୁ ଲୋକ ଆସିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ସୁକେଶ ରଞ୍ଜନ ଖିଲାର, ବିକାଶ ରଞ୍ଜନ ଖିଲାର, ଶାଶ୍ୱତ ରଞ୍ଜନ ଖିଲାର ୩ ପୁଅ, ବହୁ, ସ୍ୱାମୀ ଉମେଶଚନ୍ଦ୍ର ଖିଲାର, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ବଡପୁଅ ସୁକେଶ ରଞ୍ଜନ ମୁଖାଗ୍ନି ଦେଇଛନ୍ତି । ଅନ୍ନପୂର୍ଣ୍ଣା ବାଲେଶ୍ୱର ଜିଲ୍ଲା ମାଣିଖମରେ ଜନ୍ମଗ୍ରହଣ କରିଥିଲେ । ସେ ଉମେଶଚନ୍ଦ୍ର ଖିଲାରଙ୍କୁ ବିବାହ କରିଥିଲେ । ସେ ଶିକ୍ଷକତାରୁ ଜୀବନ ଆରମ୍ଭ କରିଥିଲେ ହେଁ ସାହିତ୍ୟ / କବିତା ଲେଖିବା ପ୍ରତି ଆଗ୍ରହ ଥିଲା । ସେ ବିଶ୍ୱ ବିଦ୍ୟା ସତ୍ୟର ବିଳାପ, ମୋକଣ୍ଠେ ଜଗନ୍ନାଥ, ସୃଷ୍ଟି ର ଅପେକ୍ଷାରେ, ସ୍ମୃତିର ପାଦ ଚିହ୍ନ ଆଦି ବହୁ ଉପାଦେୟ ରଚନା କରିଛନ୍ତି । ତାଙ୍କୁ ସ୍କଟ ଓଡିଶା ପକ୍ଷରୁ କବି ମୁକୁନ୍ଦ ଉପାଧି ମିଳିଥିବା ବେଳେ ବହୁ ସାହିତି୍ୟକ ଅନୁଷ୍ଠାନ ପକ୍ଷ ରୁ ବିଭିନ୍ନ ଉପାଧି ଓ ମାନପତ୍ର ପାଇ ମୟୂରଭଞ୍ଜକୁ ଗର୍ବିତ କରିଛନ୍ତି ।

Ad2
Leave A Reply