Odisha news

ଛିନ୍ତାଇ ମାମଲାରେ ୨ଅଭିଯୁକ୍ତ ସମେତ ଜଣେ ବେପାରୀ ଗିରଫ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଏସପି ଏସ.ସୁଶ୍ରୀ ଯୋଗଦେଇ ଛିନ୍ତାଇ ଘଟଣାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏସ୍ପିଙ୍କ ସୂଚନା ଅନୁଯାୟୀ, ଭଞ୍ଜପୁର ଥାନା ଅନ୍ତର୍ଗତ ବିଜୟରାମଚନ୍ଦ୍ରପୁର ୱାର୍ଡ ନମ୍ବର ୨୧ ଅଞ୍ଚଳର ରତ୍ନମଣୀ ମହାନ୍ତି(୭୦) ଚଳିତ ମାସ ୫ତାରିଖ ଅପରାହ୍ନ ସମୟରେ ଘର ବାହାରେ ଏକୁଟିଆ ବସିଥିବାବେଳେ ଦୁଇଜଣ ଦୃର୍ବତ୍ତ ଏକ କଳା ରଙ୍ଗର ପଲ୍ସରରେ ଆସି ତାଙ୍କୁ ସେଠାରେ କୌଣସି ଜାଗା ବିକ୍ରି ଅଛି କି ନାହିଁ ପଚାରି ବୁଝିବା ବାହାନାରେ ତାଙ୍କ ପିନ୍ଧା ସୁନାଚେନ୍ ଛିନ୍ତାଇ କରି ମୋଟର ସାଇକେଲରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ରତ୍ନମଣୀଙ୍କ ଅଭିଯୋଗ କ୍ରମେ ଭଞ୍ଜପୁର ଥାନାରେ ୩/୨୪ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ, ଏଥିରେ ଝାରଖଣ୍ଡ ରାଜ୍ୟର ରାଜେଶ ଶ୍ୟାମଲ(୨୩) ଓ ସମ୍ଦତ୍ତ ନାୟକ(୨୯) ସମ୍ପୃକ୍ତ ଥିବାବେଳେ ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣୁଥିବା ଅଭିଯୋଗରେ ଆଦିକାର୍ ବସନ୍ତ ସାରକ୍(୪୬)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ରାଜେଶଙ୍କ ଠାରୁ ନଗଦ ଏକଲକ୍ଷ ଟଙ୍କା ସମେତ ଡବ୍ଲୁ୍ୟବି-୩୪ୱାଇ-୯୨୪୯ ନମ୍ବର ବିଶିଷ୍ଟ ଏକ ପଲସର, ଗୋଟିଏ ମୋବାଇଲ ଫୋନ୍ ଓ ଦୁଇଟି ଜାଲି ନମ୍ବର ପ୍ଲେଟ ଜବତ କରିଛି । ସେହିପରି ଅଭିଯୁକ୍ତ ସମ୍ଦତ୍ତଙ୍କ ଠାରୁ ନଗଦ ଏକଲକ୍ଷ ୩ହଜାର ଟଙ୍କା ସମେତ ୦୬.୫ ଗ୍ରାମର ସ୍ୱର୍ଣ୍ଣ ଅଳଙ୍କାର ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି ଏବଂ ଚୋରା ସାମଗ୍ରୀ କିଣୁଥିବା ଅଭିଯୁକ୍ତ ଆଦିକାର୍ଙ୍କ ଠାରୁ ନଗଦ ଲକ୍ଷେ ୪୫ହଜାର ଟଙ୍କା ସମେତ ୯୪ ଗ୍ରାମର ସୁନା ବିସ୍କୁଟ, ୧୩୮୫ ଗ୍ରାମର ରୌପ୍ୟ ଅଳଙ୍କାର ସହିତ ଗୋଟିଏ ମୋବାଇ ଫୋନ୍ ଓ ଗୋଟିଏ ଓଜନ ମେସିନ୍ ଜବତ କରାଯାଇଛି । ଅପରପକ୍ଷରେ ଏହି ଅଭିଯୁକ୍ତ ମାନେ ପୂର୍ବରୁ ଭଞ୍ଜପୁର ଥାନା ମାମଲା ନମ୍ବର ୨୨, ୨୧୯, ୨୫୭, ୩୦୬, ୩୨୦, ୩୫୧, ୩୮୦ ଆଦିରେ ସମ୍ପୃକ୍ତ ଥିବା ଏସ୍ପି ସୂଚନା ଦେଇଛନ୍ତି ।

IEC 2 years
Leave A Reply