Odisha news

ବାରିପଦା : ଅଗ୍ନିକାଣ୍ଡରେ ତିନିବଖରା ଜଳିଗଲା, ଖୋଲା ଆକାଶ ତଳେ ପରିବାର

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଗଢ ଅଞ୍ଚଳରେ ତିନି ବଖରା ନଡାଛପର ଘରେ ନିଆଁ ଲାଗି ଭସ୍ମ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦.୩୦ ମିନିଟ୍ ସମୟରେ ବିଭୁ ନାୟକ ଓ ଶଙ୍କର ନାୟକଙ୍କ ପରିବାର ଲୋକ ଗାଧେଇବାକୁ ଖଡଖାଇ ନଦୀକୁ ଯାଇଥିବାବେଳେ ହଠାତ୍ ନିଆଁ ଲାଗିଥିଲା । ତିନିବଖରା ନଡାଛପର ଘରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକେ ଦୌଡି ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଲାଗି ଘରର ସମସ୍ତ ଆସବାପତ୍ର, ଲୁଗାପଟା, ଖାଦ୍ୟ ସାମଗ୍ରୀ ଆଦି ପୋଡି ପାଉଁଶ ହୋଇଯାଇଛି ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଅଫିସର ଶରତ ଚନ୍ଦ୍ର ସିଂ, ନିରଞ୍ଜନ ବେହେରା, ଶିବିର କୁମାର ଦାସ, ମିଲନ କୁମାର ସାହୁ, ବିଷ୍ଣୁ ପ୍ରସାଦ ପାଢୀ, ମନୋଜ ଲେଙ୍କା, ଅସିତ କର, ଗୌତମ ବାରିକ ଓ ସୁଦାମ ପ୍ରମୁଖ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ମଧ୍ୟ ପରିବାରଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ରାଇରଙ୍ଗପୁର ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ ସ୍ଥାନୀୟ ଆରଆଇ ଘରପୋଡି ରିପୋର୍ଟ କରିଥିଲେ ।

Leave A Reply