ବାରିପଦା : ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜିଲ୍ଲା ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ସହାୟତାରେ ‘ସଂକଳ୍ପ’, କୁଳିଅଣାଙ୍କ ମିଳିତ ଅନୁକୁଲ୍ୟରେ ଅରୁଣୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାମୋଦରପୁର ସଭାଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ଖାଉଟି ଦିବସ-୨୦୨୩ ପାଳନ ହୋଇଯାଇଛି । ‘ସଂକଳ୍ପ’ ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ମଞ୍ଚରେ ଥିବା ସମସ୍ତ ଅତିଥି ଓ ପଦାଧିକାରୀ ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ସଂକଳ୍ପ ର ସଭାପତି ଆମୋଦ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁଃସଦା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମଟିକୁ ଶୁଭ ଉଦ୍ଘାଟନ କରିଥିଲେ । ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ, ମୟୂରଭଞ୍ଜର ରବୀନ୍ଦ୍ର କୁମାର ମହାପାତ୍ର ଜାତୀୟ ଖାଉଟି ଦିବସ-୨୦୨୩ ପାଳନର ଲକ୍ଷ୍ୟ – ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଡିସିଡିଆରଫର ସଭାପତି ନରେନ୍ଦ୍ର କୁମାର ପ୍ରଧାନ, ଡିସିଡିଆରସିର ମେମ୍ବର ଜୀବନ କୃଷ୍ଣ ବେହେରା, ସହକାରୀ ଖଦ୍ୟଯୋଗାଣ ଅଧିକାରୀ ରୀନା ମଣି ମହାପାତ୍ର, ସମ୍ମାନନୀୟ ଅତିଥି ଆଇପିଏସ, ଆଇନ କଲେଜ, ଦାମଦୋରପୁରର ଅଧ୍ୟକ୍ଷା ଅନାମିକା ସୋରେନ, ଅରୁଣୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ନିର୍ମଳ ଶଙ୍କର ବାରିକ ପ୍ରମୁଖ ଯୋଗଦେଇ ଖାଉଟି ସୁରକ୍ଷା ଓ ସଚେତନତା, ଖାଉଟି ବିବାଦର ପ୍ରତିକାର ବ୍ୟବସ୍ଥା, ନୂତନ ଖାଉଟି ସୁରକ୍ଷାର ଆଇନ ୨୦୧୯-୨୦୨୦ ର ବିଭିନ୍ନ ଦିଗର ବ୍ୟାପକତା, ଇ-କମର୍ସ ଓ ଡିଜିଟାଲ ଟ୍ରେଡ, ଦ୍ରବ୍ୟ ଓ ସେବା ସମ୍ବନ୍ଧୀୟ ତ୍ରୁଟିର ସମାଧାନ, କ୍ରୟ ବେଳେ ଖାଉଟିର କର୍ତ୍ତବ୍ୟ ଓ ତାର ଗୁଣବତ୍ତା ପ୍ରତି ସତର୍କତା ଅବଲମ୍ବନର ପ୍ରଦର୍ଶନ, ଖାଉଟିର ଅଧିକାର ଗୁଡ଼ିକ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅରୁଣୋଦୟର ଛାତ୍ରୀଗଣ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଡିସିଏଲଏମ ବାରିପଦାର ରବୀନ୍ଦ୍ର କୁମାର ମହାପାତ୍ର ଖାଉଟି ସୁରକ୍ଷାର ସଚେତନତା ପାଇଁ ଜିଲ୍ଲାର ବିଭିନ୍ନ ମହକୁମା ଓ ବ୍ଲକ ଅଞ୍ଚଳର ଉପଭୋକ୍ତା ମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ଜାରୀ ରଖିବାକୁ “ସଂକଳ୍ପ’କୁ ପରାମର୍ଶ ଦେଇଥିଲେ । ଫୋର୍ଡର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ଅତିଥି ଓ ଅଂଶ ଗ୍ରହଣକାରୀଙ୍କୁ ଧନ୍ୟବାଦ ଦେଇଥିଲେ ।