ବାରିପଦା : କୃଷ୍ଣଚନ୍ଦ୍ର ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୁହିଆ ମାର୍ଣ୍ଡି, ସ୍ଥାନୀୟ ସରଂପଚ ଶକୁନ୍ତଳା ବିଶ୍ୱାଳ, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ, ନିକଟସ୍ଥ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜକିଶୋର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ଅଧିକାରୀ, ଦୀପକ କୁମାର ବିଶୋଇ, ବିଦ୍ୟାଳୟ ପରି·ଳନା ସମିତି ସଭାପତି ଭଞ୍ଜ କିଶୋର ନାଏକ ତଥା ଅନ୍ୟ ସଭ୍ୟସଭ୍ୟା ଓ କଣ୍ଟାପାଳ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଯୋଗଦାନ କରି ବାର୍ଷିକ ଉସôବକୁ ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ନବୀନ କୁମାର ଚୌଧୁରୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ କୁମାରୀ ଅନିତା ଦଳସିଂହ ସଭା ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଭିଏଁ ମନଭରି ଉପଭୋଗ କରିଥିଲେ । ଉଦ୍୍ୟାପନି ସଭାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ, ଡଃ ପ୍ରଶାନ୍ତ ମହାନ୍ତି, ଦିପ୍ତି ନାଏକ, ବାଙ୍ଗିରିପୋଷି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀକେତନ ପାତ୍ର, ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆ·ର୍ଯ୍ୟ, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ୍ୱର ଗିରି, ସୁଦର୍ଶନ ପଣ୍ଡା ଯୋଗଦାନ କରି ଛାତ୍ର ଛାତ୍ରୀଙ୍କର ଭବିଷ୍ୟତର ଉନ୍ନତି ପାଇଁ ମୂଲ୍ୟବାନ ଉପଦେଶ ଦେଇଥିଲେ । ବିଦ୍ୟାଳୟ ସହକାରୀ ଶିକ୍ଷକ ବୁଧୁରାମ ସିଂ, ଦିବ୍ୟରଞ୍ଜନ ଦାସ, ପ୍ରାଣୀପ୍ରଭା ଗିରି, କୁସଭଦ୍ରା ସି, ଲକ୍ଷ୍ମୀପ୍ରିୟା ହେମ୍ବ୍ରମ, ନିଳିମା ମହାନ୍ତ, ଦଳିମଣି ବେହେରା, ଶିକ୍ଷା କର୍ମ·ରୀ ଚନ୍ଦ୍ରକାନ୍ତ ବେହେରା, ଦୀପକ ମହାନ୍ତଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
