Odisha news

ବରିଷ୍ଠ ସମାଜସେବୀ ଜଗନ୍ନାଥ ପଟ୍ଟନାୟକଙ୍କ ପରଲୋକ

0

ବାରିପଦା  : ବାରିପଦା ସ୍ଥିତ କେଏମବିଏମ୍ ସାହିର ଜଗନ୍ନାଥ ପଟ୍ଟନାୟକଙ୍କ ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୪୦ ମସିହା ଜୁଲାଇ ୧୪ତାରିଖରେ ଜନ୍ମଗ୍ରହଣ କରିଥିବାବେଳେ ରାଇରଙ୍ଗପୁର ଠାରେ ପ୍ରାଥମିକ ଶିକ୍ଷା ପରେ ବାରିପଦା ଠାରେ ଉଚ୍ଚଶିକ୍ଷା ଲାଭ କରି ସାଉଥ ଇଷ୍ଟର୍ଣ୍ଣ ରେଲୱେ ରେ ଜଣେ ଫିଟର ଭାବେ ·କିରୀ ଆରମ୍ଭ କରିଥିଲେ । ଗତ ୨୦୦୦ ମସିହା ମେ ୩୧ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସେ ଜନେ ପରୋପକାରୀ, ମେଳାପୀ ଓ ସମାଜସେବୀ ଥିଲେ । କେଏମବିଏମ ସାହିସ୍ଥିତ କାଳୀପୂଜା ଓ ଜଗଦ୍ଧାତ୍ରୀ ପୂଜାର ପ୍ରତିଷ୍ଠାତା ସଦସ୍ୟ ରହିଥିବାବେଳେ, ବାରିପଦା ଆର୍ବାନ କୋ-ଅପରେଟିଭ ବ୍ୟାଙ୍କର ପ୍ରାଥମିକ ସେୟାର ହୋଲ୍ଡରେ ସଦସ୍ୟ ଥିଲେ । ମୟୂରଭଞ୍ଜର ଇତିହାସକୁ ନେଇ ସେ ଅନେକ ପୁସ୍ତକ ପଢିବା ସହ ଆଲୋଚନା କରୁଥିଲେ । ସେ ପୁସ୍ତକ ପ୍ରିୟ ଥିଲେ । ମୃତୁ୍ୟଶର୍ଯ୍ୟା ନିକଟରେ ପୁଅବୋହୁ, ଝିଅ, ଜ୍ୱାଇଁ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ଶେଷ ଦର୍ଶନ କରିବାକୁ ଆଖପାଖ ଅଞ୍ଚଳରୁ ଅନେକ ଲୋକ ଆସିଥିଲେ । ବଡପୁଅ ରଜତ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

Leave A Reply