Odisha news

ଆଦିବାସୀ ସେଙ୍ଗେଲ ଅଭିଯାନର ଅନଶନ, ସାର୍ନା ଧର୍ମ କୋଡ ଘୋଷଣା ନ କଲେ ୩୦ ଡିସେମ୍ବରକୁ ଭାରତ ବନ୍ଦ

0

ବାରିପଦା  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଙ୍ଗେଲ୍ ବାରିପଦା ଜୋନ୍ ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲା ଓଡିଶା ପକ୍ଷରୁ ସ୍ୱାଗତ କରାଯାଇଅଛି । ଯେହେତୁ ବୀର ସହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ୧୫ ନଭେମ୍ବରକୁ ବିର୍ସାଙ୍କ ଜନ୍ମସ୍ଥାନ ଉଲିହାତୁ ଆସିଛନ୍ତି । ତେଣୁ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଅସ୍ତିଆ ଛକ ସ୍ଥିତ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିର୍ସାମୁଣ୍ଡାଙ୍କ ସ୍ୱପ୍ନ ଆବୱାଃ ଦିଶୋମରେ ଆବୱାଃ ରାଜକୁ ସାକାର କରିବା ପାଇଁ ଏକ ଦିବସୀୟ ଅନଶନ କାର୍ଯ୍ୟକ୍ରମ କରି ଦୁଇଗୋଟି ସାମ୍ବିଧାନିକ ମୌଳିକ ଅଧିକାର ଦାବି ପୂରଣ କରିବାକୁ ନରେନ୍ଦ୍ର ମୋଦୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଅଛି, ଯେ ପ୍ରଧାନମନ୍ତ୍ରୀଙ୍କର ଉକ୍ତ ଐତିହାସିକ ଝାରଖଣ୍ଡ ଯାତ୍ରାରେ ସାରନା ଧର୍ମ କୋଡର ମାନ୍ୟତା ଘୋଷଣା କରନ୍ତୁ ଏବଂ ଆଦିବାସୀ ରାଷ୍ଟ୍ର ସ୍ଥାପିତ କରାଯାଉ ବୋଲି ଦାବି କରାଯାଇଛି । କାରଣ ଭାରତ ହାରାହାରି ୧୫କୋଟି ଆଦିବାସୀ ସମାଜକୁ ତାଙ୍କର ଧାର୍ମିକ ସ୍ୱାଧିନତା ନଦେବା ସମ୍ବିଧାନ ବାଧ୍ୟ କରାଯାଉଅଛି, ତତ୍ସହିତ ସାରନା ଧର୍ମସ୍ଥଳୀ ଯୁଗ ଜାହେରା ଗାଳର ସର୍ବଶ୍ରେଷ୍ଠ ଈଶ୍ୱର ମାରାଂବୁରୁ, ଲୁଗୁବୁରୁ, ଘଣ୍ଟାବାଳେ, ରାଜରାପାଃ, ସୀତାନାଲା, ଅଯୋଧ୍ୟା ବୁରୁ ଆଦିକୁ ଛଡାଇ ତାଙ୍କର ଅସ୍ତିତ୍ୱ ବାସ୍ତବିକ ପରିଚୟ, ଭାଗୀଦାରୀକୁ ସମାପ୍ତ କରାଯାଉଅଛି । ସ୍ୱାଧିନତାର ୭୫ବର୍ଷ ପରେ ମଧ୍ୟ ଆଦିବାସୀମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଶାସନ ଜାରିରହିଛି । ତେଣୁ ପ୍ରଧାନମନ୍ତ୍ରୀ ଭାରତର ପ୍ରକୃତି ପୂଜକା ଆଦିବାସୀମାନଙ୍କର ଭାବନାକୁ ସମ୍ମାନ କରିବା ସହିତ ଉଲିହାତୁରେ ସାରନା ଧର୍ମ କୋଡର ମାନ୍ୟତା ପାଇଁ ଘୋଷଣା କରି ତାଙ୍କର ଧାର୍ମିକ ସ୍ୱାଧିନତା ପ୍ରଦାନ କରିବେ ବୋଲି ଆଶାପ୍ରକଟ କରାଯାଇଛି । ଅନ୍ୟଥା ୩୦ଡିସେମ୍ବରକୁ ଭାରତ ବନ୍ଦ କରାଯିବ, ରେଳ, ରୋଡ, ଚକ୍କା ଜାମ କରାଯିବ ବୋଲି କହିଛନ୍ତି । ଅତଃ ମୋଦିଜୀଙ୍କର ଉକ୍ତ ଐତିହାସିକ କାର୍ଯ୍ୟକ୍ରମରେ ସେଙ୍ଗେଲର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ୭ଗୋଟି ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ଅନଶନ କାର୍ଯ୍ୟକ୍ରମ କରାଯାଉଅଛି । ଉକ୍ତ ଅନଶନ କାର୍ଯ୍ୟକ୍ରମରେ ସେଙ୍ଗେଲର ଜୋନାଲା ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ମହିଳା ମୋର୍ଚ୍ଚା ସେଙ୍ଗେଲ ସଭାପତି ପାନମଣି ହେମ୍ବ୍ରମ, ସାନଧା ଧର୍ମ ଜୋନାଲ ସଭାପତି ହାମ୍ବ୍ରାୟ ମାର୍ଣ୍ଡି ଓ ବାଲେଶ୍ୱର ଜିଲ୍ଲା ସେଙ୍ଗେଲ ସଭାପତି ପ୍ରଭାକର ହାଁସଦାଃ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Nalco
Leave A Reply