Odisha news

ଆଠଗଡ଼ ରେ ଦୁର୍ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ବ୍ଲକ୍ ଘେରାଉ।

0
ଆଠଗଡ଼ ତା ୧୫-୧୧-୨୩  ରାଜ୍ୟ ବିଜେପି ପକ୍ଷରୁ ଆସନ୍ତା ନଭେମ୍ବର ମାସ ୧୪ ତାରିଖ ଠାରୁ ୧୮ ତାରିଖ ଏହି ୫ ଦିନ ଧରି ରାଜ୍ୟର ସମସ୍ତ ବ୍ଲକ୍  ଘେରାଉ କରାଯିବ । ଏହାକୁ ନେଇ ଆଠଗଡ଼ ବିଜେପି ନେତା ଅଭୟ ବାରିକ ଙ୍କ ନେତୃତ୍ବରେ ହଜାର ହଜାର କର୍ମୀ   ଏକ ବିରାଟ   ଶୋଭାଯାତ୍ରାରେ ଆଠଗଡ଼ ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ଆବାସ ଯୋଜନାରୁ ଆରମ୍ଭ କରି ମନରେଗା ଆଉ ଭତ୍ତା ପର୍ଯ୍ୟନ୍ତ ସଵୁ ଠାରେ ଚାଲିଛି ପିସି କାରବାର।  ଏହି ସଵୁ କାରବାର ର ମୁଖ୍ୟ କେନ୍ଦ୍ର ପାଲଟିଛି ବ୍ଲକ କାର୍ଯ୍ୟାଳୟ। ବିଜେଡି ସରକାର ବିଫଳତା କୁ ଲୋକ ଲୋଚନକୁ ଆଣିବା ପାଇଁ ବିଜେପି ପକ୍ଷରୁ ହେଉଥିବା ଜନ ଆକ୍ରୋଶ ଆନ୍ଦୋଳନ ଆଜି ଆଠଗଡ଼ ବ୍ଲକ ସମ୍ମୁଖରେ କରା ଯାଇଥିଲା। ବିଶେଷ କରି ଆଠଗଡ଼ ବ୍ଲକ ରେ ବହୁଳ ପରିମାଣରେ ପିସି କାରବାର ହେଉଛି ବୋଲି ବିଜେପି ନେତା ଅଭୟ ବାରିକ କହିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ମହିଳା ମୋର୍ଚ୍ଚା ଉପସଭାପତି ଇଲା ପଣ୍ଡା, କଟକ ଲୋକସଭା ମଣ୍ଡଳୀ ସଂଯୋଜକ ସୁକାନ୍ତ ବିଶ୍ଵାଳ ଵ୍ରଜେନ୍ଦ୍ର ରାଏ, ରାଜ୍ୟ ବିଜେପି ଉପସଭାପତି ଗୋଲଖ ବିହାରୀ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ଦାସ,ନୂତନ ରାଉତ,ତପନ ଲେଙ୍କା, , ନଚିକେତା ପରମାଣିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Ad2
Leave A Reply