Odisha news

ଦିଗନ୍ତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ

0

ବାରିପଦା  : ଦିଗନ୍ତ ବିକାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଓ ସ୍ଥାନୀୟ ବାରିପଦା ଷ୍ଟାଡିୟମରେ ବାର୍ଷିକ କ୍ରୀଡା । ଅନୁଷ୍ଠାନର ଉପଦେଷ୍ଟା ସତ୍ୟନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଅଛି । ପ୍ରଥମେ ଅନୁଷ୍ଠାନର ପ୍ରାଙ୍ଗଣରେ ଶିଶୁ ଦିବସ ପାଳିତ ହୋଇଥିଲା । ଏଥିରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ତତ୍ପରେ ସମସ୍ତେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଷ୍ଟାଡିୟମରେ ଉପସ୍ଥିତ ରହି ଉକ୍ତ କ୍ରିଡା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏଥିରେ ମହାବିଦ୍ୟାଳୟ ସ୍ତରୀୟ ସର୍ବମୋଟ୍ ୧୨ଟି ଓ ବିଦ୍ୟାଳୟ ସ୍ତରୀୟ ୬ଟି କ୍ରିଡା ଅନୁଷ୍ଠିତ ହୋଇଥିଲା । କଲେଜ ସ୍ତରୀୟ କ୍ରିଡାଗୁଡିକରେ ଦିବ୍ୟସ୍ତୁତ, ନିବେଦିତା, ସ୍ନିଗ୍ଧା, ମମତା, ଲିନା, ନିକି, ସୁଭସ୍ମିତା, ସୁମିତା, ମଧୁସ୍ମିତା, ସୁରେଖା, ସୁସ୍ମିତା, ସ୍ୱାଗତିକା, ରଞ୍ଜିତା, ଜସ୍ନିନ୍, ଏଲିନା, ଚନ୍ଦ୍ରମା, ଅନୀତା, ପୂର୍ଣ୍ଣିମା, ଦେବଶ୍ରୀ, ଗେହ୍ଲି ଆଦି ଛାତ୍ରୀମାନେ ସଫଳତା ହାସଲ କରିଥିଲେ । ସେହିପରି ବିଦ୍ୟାଳୟ ସ୍ତରରେ ବାଳକ ବିଭାଗରେ ମଳୟ, ଅଙ୍କିତ୍ ମହାକୁଡ, ଅଙ୍କିତ୍ ମହାକୁଡ, ଅଙ୍କିତ୍ ବେହେରା, ତ୍ରିବନ, ଓମ୍ପ୍ରକାଶ, ବିଜୟ ତଥା ବାଳିକା ବିଭାଗରେ ସ୍ୱାଗତିକା, ବନ୍ଦିତା, ମିନାଖୀ, ସୁରେଖା, ରଶ୍ମିରେଖା, ଶୁଭଶ୍ରୀ, ଦେବୀ ସଫଳତା ହାସଲ କରିଥିଲେ । ପ୍ରତିବର୍ଷପରି ଏ ବର୍ଷ ମଧ୍ୟ ବହୁ ପ୍ରତିକ୍ଷିତ ଦିଗନ୍ତ ମ୍ୟାଚ୍ ବିଗନ୍ତ ବ୍ଲୁ ଓ ଦିଗନ୍ତ ଗ୍ରିନ୍ ମଧ୍ୟରେ ହୋଇଥିଲା ଏଥିରେ ଦିଗନ୍ତ ବ୍ଲୁ ୬୪ ରନ୍ରେ ଦିଗନ୍ତ ଗ୍ରିନ୍କୁ ପରାସ୍ତା କରିଥିଲେ । ଏଥିରେ ରଶ୍ମିରଞ୍ଜନ ବେହେରା ମ୍ୟାନ୍ ଅଫ୍ ଦି ମ୍ୟାଚ୍, ରିତେଶ ନନ୍ଦ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ୍, କୁଅାଁର ଟୁଡୁ ଶ୍ରେଷ୍ଠ ବୋଲର ଓ ଜିତୁନ୍ ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଭାବେ ପୁରସ୍କୃତ ହୋଇଥିଲେ । ପ୍ରତିଯୋଗିତା ଶେଷରେ ଅନୁଷ୍ଠିତ ପୁରସ୍କାର ବିତୋରଣ ଉସôବରେ ଏମ୍ପିସି ସ୍ୱୟଂଶାସିତ କଲେଜର କ୍ରୀଡା ଶିକ୍ଷକ ସତ୍ୟନାରୟାଣ ବାରିକ ମୁଖ୍ୟଅତିଥି ଯୋଗଦେଇଥିବାବେଳେ ମୟୂରଭଞ୍ଜ ଏଥେଲେଟିକ୍ ଆସୋସିଏସୋନର ସମ୍ପାଦକ ବିଜୟ କୁମାର ଦାସ, ଦିଗନ୍ତ ବିକାଶ ଟ୍ରଷ୍ଟର ସମ୍ପାଦକ ହୃଷୀକେଶ ମହାପାତ୍ର, ଦିଗନ୍ତ ବିକାଶ ଟ୍ରଷ୍ଟର ସଭାପତି ବାସୁଦେବ ସିଂ, ଦିଗନ୍ତ ବିକାଶ ଟ୍ରଷ୍ଟର ସଭ୍ୟା ଭାଗ୍ୟଲକ୍ଷ୍ମୀ ସେନାପତି ଓ ରଶ୍ମିତା ଦାସ, ସମଗ୍ର ଶିକ୍ଷା ମୟୂରଭଞ୍ଜ ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ଅତିଥି ରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବିରେନ୍ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଧଳ, ପ୍ରିୟଙ୍କା, ମଧୁଶ୍ମିତା, ଶାସ୍ୱତି ଇନ୍ଦିରା ନାୟକ ପ୍ରମୁଖ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ । ଶିକ୍ଷକ ସୁଜନସ୍ମିତ୍ ମିଶ୍ର କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ସର୍ବଶେଷରେ ଦିଗନ୍ତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ମହେନ୍ଦ୍ର ନାଥ ପାତ୍ର ଏଥିରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Nalco
Leave A Reply