ବାରିପଦା : ବାଇକ ଚୋର କରିଥିବା ଦୁଇଜଣ ଅଭିଯୁକ୍ତଙ୍କୁ ବାରିପଦା ଟାଉନ ଥାନା ପୁଲିସ ଧରିବାରେ ସଫଳ ହୋଇଛି । ଏନେଇ ଶନିବାର ମୟୂରଭଞ୍ଜ ଏସପିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ୨୫ତାରିଖ ତଥା ବୁଧୁବାର ଦିନ ବଡସାହି ଅଞ୍ଚଳର ପରମେଶ୍ୱର ମହାନ୍ତ ଓଡି-୧୧ଏମ-୬୫୮୯ ନମ୍ବର ବିଶିଷ୍ଟ ଏକ ହୋଣ୍ଡା ସାଇନ୍ ମୋଟରସାଇକେଲରେ ତୁଳସୀ ଚଉରା ମେଢ ଠାକୁର ଦେଖିବାକୁ ପାଇଁ ଆସିଥିଲେ । ହେଲେ ମେଢ ବୁଲି ସାରି ଫେରିବା ବେଳକୁ ତାଙ୍କ ବାଇକ୍ଟି ନଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏନେଇ ବାରିପଦା ଟାଉନ ଥାନାରେ ୬୯୧/୨୩ରେ ମାମଲା ରୁଜୁ କରାଯାଇ ଭୁଗୁଡାକୋଟା ଅଞ୍ଚଳର ଭିକି ବଇଠା(୨୦)ଙ୍କୁ ସନେ୍ଦହରେ ଥାନାକୁ ଆଣି ପଚାରାଉଚରା କରାଯାଇଥିଲା । ପରେ ଭିକି ବଇଠା ଏହି ଚୋରି ସମ୍ବନ୍ଧରେ ସ୍ୱୀକାର କରିବା ତାଙ୍କ ସହ ଚାନ୍ଦୁଆ ଥାନା ଅଞ୍ଚଳର କୁସୁମାଶୋଳ ଗ୍ରାମର ଅମିତ ମୁଦୁଲି(୨୩) ସମ୍ପୃକ୍ତ ଥିବା କହିଥିଲେ । ଏହାପରେ ଅମିତ ମୁଦୁଲିଙ୍କୁ ଗିରଫ କରାଯିବା ସହ ତାଙ୍କ ଘରୁ ୪ଟି ଗାଡି ଏବଂ ଭିକି ଘରୁ ୭ଟି ଗାଡି ମିଳିଥିଲା । ସେଥିମଧ୍ୟରୁ କିଛି ଗାଡିରେ ଫେକ୍ ନମ୍ବର ପ୍ଲେଟ ମଧ୍ୟ ବ୍ୟବହାର କରାଯାଇଛି । ସେମାନଙ୍କ ଠାରୁ ମିଳିଥିବା ବାଇକର କୌଣସି କାଗଜ ପାତ୍ର ନଥିବାବେଳେ ପୁଲିସ ଉକ୍ତ ବାଇକକୁ ଜବତ କରିଛି । ପୂର୍ବରୁ ମଧ୍ୟ ଏହି ଦୁଇ ଅଭିଯୁକ୍ତ ଭଞ୍ଜପୁର ଥାନାର ୧୩୭/୨୩ ଓ ବାରିପଦା ଟାଉନ ଥାନାର ୬୯୪/୨୩ ମାମଲାରେ ସମ୍ପୃକ୍ତ ଥିବା ଜଣାଯାଇଚି ।