Odisha news

ପିକ୍ଅପ୍ ଭ୍ୟାନରେ ୬୨କେଜି ଚୋରା ଗଞ୍ଜେଇ ଚାଲାଣ, ଜଣେ ଗିରଫ

0

ବାରିପଦା : ମୟୂରଭଞ୍ଜ ଅବକାରୀ ବିଭାଗର ବଡ଼ ସଫଳତା । ୬୨କେଜି ଗଞ୍ଜେଇ ବୋଝେଇ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିଛି ବିଭାଗ । ସୁବର୍ଣ୍ଣପୁରରୁ କଲିକତା ଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥର ଝାରପୋଖରିଆ ଟୋଲଗେଟରେ ମାଡିବସିଥିଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ । ଏକ ପିକ୍ଅପ୍ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ଗଂଜେଇ ନେଇ ଯାଉଥିବାବେଳେ ମୋବାଇଲ ଟ୍ରାକିଂ କରି ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ବୋଝେଇ ପିକ୍ଅପ୍ଟି ସୋନପୁରରୁ ୪ଟି ଜିଲ୍ଲା ଅତିକ୍ରମ କରି ଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କଅଁର ଯୋଜନାବଦ୍ଧ ଭାବେ ଟିମ ଗଠନ କରି ଟୋଲଗେଟ ନିକଟରେ ଛପି ରହିଥିଲେ । ମୋବାଇଲ ଟ୍ରାକିଂ ସାଙ୍ଗକୁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ବୋଲେରୋ ମାକ୍ସ ପିକଅପ ଭ୍ୟାନକୁ ଧରିବାରେ ସକ୍ଷମ ହୋଇଥିଲେ । ଜବତ ଗଞ୍ଜେଇର ପରିମାଣ ୬୨କେଜି ୧୨୦ଗ୍ରାମ ଓ ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଭ୍ୟାନକୁ ସୁରକ୍ଷା (ଏସକର୍ଟ) ଦେଇ ନେଉଥିବା ମାଫିଆମାନଙ୍କର ଅନ୍ୟ ଗାଡିଟି ଚମ୍ପଟ ମାରିଛି । ଗିରଫ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ଭାଟପଦା ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମର ମଳୟ ରଞ୍ଜନ ମହାକୁଡ଼ । ଏନେଇ ଅବକାରୀ ଅଧୀକ୍ଷକ ଶ୍ରୀ କଅଁର ସୂଚନା ଦେଇଛନ୍ତି ।

Leave A Reply