Odisha news

ଜିଲ୍ଲାସ୍ତରୀୟ ରଗବୀ ଫୁଟବଲ ଓ ସିପାକ ଟାକ୍ରୋ ପ୍ରତିଯୋଗିତା ଅନୁଷ୍ଠିତ

0
ବାରିପଦା  : ବାରିପଦା ବ୍ଲକସ୍ଥିତ ରାଣୀଭୋଳ ସରକାରୀ (ଏସ.ଏସ.ଡି.) ବାଳିକା ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ମାର୍ଗଦର୍ଶନରେ 14 ଓ 17 ବର୍ଷରୁ କମ ବର୍ଗ ବାଳକ ବାଳିକାମାନଙ୍କ ର ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ରଗବୀ ଫୁଟବଲ ଓ ସିପାକ- ଟାକ୍ରୋ ପ୍ରତିଯୋଗିତା,2023-24 ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଙ୍କ ପୌରହିତରେ ରାଣୀଭୋଳ ସରକାରୀ (ଏସ.ଏସ.ଡି.)ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର କର ଯୋଗ ଦେଇ କ୍ରୀଡା ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ l ସେଣ୍ଟ୍ରାଲ ଅଫିସିଆଲ ଭାବେ ଦୀପକ ରାମ , ପ୍ରଦୀପ ଚୌଧୁରୀ ଏବଂ ପ୍ରତିଯୋଗିତାର ବିଚାରକ ଭାବେ ଦିବ୍ୟରଞ୍ଜନ ଦାସ, ତରଣୀସେନ ନାୟକ, କ୍ରିଷ୍ଣା ଟୁଡୁ, ରୁପାଲୀ ସୋରେନ,ପାର୍ବତୀ ହାଁସଦା,ଉଷାକାନ୍ତ ମହାଲିକ, ରାଜକିଶୋର ପାତ୍ର ପ୍ରମୁଖ ଯୋଗ ଦେଇ କ୍ରୀଡ଼ାବିତ୍ତମାନଙ୍କୁ ଚୟନ କରିଥିଲେ l  ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ରାଜ୍ୟସ୍ତରୀୟ ରଗବୀ ଫୁଟବଲରେ 48 ଜଣ ଓ ସିପାକ ଟାକ୍ରୋରେ 10 ଜଣ ପ୍ରତିଯୋଗୀ  ଅଂଶ ଗ୍ରହଣ କରିବେ l ରଗବୀ ଫୁଟବଲରେ ସେମାନେ ହେଲେ 17 ବର୍ଷରୁ କମ ବାଳକ ବିଭାଗରେ ସୋନାର ସିଂ ବେସ୍ରା, ଶିବ ସୋରେନ, ଆଚମ ଟୁଡୁ, କାହ୍ନୁ ମାର୍ଣ୍ଡି, ଦୀପକ ବେହେରା, ସାମଲ ବାସ୍କେ, ଆଶ୍ୱେଷର ମାରାଣ୍ଡି, ସlଗୁନ ସୋରେନ, ସୁବାଷ ହାଁସଦା, ଜୟରାମ ଟୁଡୁ, ଆଦିତ୍ୟ ଧୁଙ୍ଗିଆ, ରଘୁନାଥ ଟୁଡୁ ଓ ବାଳିକା ବିଭାଗରେ ସୁମିତ୍ରା ମୁର୍ମୁ, ବାସନ୍ତୀ ମୁର୍ମୁ, ଦୁଲାରୀ ମୁର୍ମୁ, ମମତା ମୁର୍ମୁ, ସୋନାଲି ମାରାଣ୍ଡି, ହିସି ଟୁଡୁ, ପାଏଲ ହାଁସଦା, ସବିତା ସୋରେନ, ପାମା ମୁର୍ମୁ, ସଲମା ସୋରେନ, ସଲମା ସୋରେନ, ମନୀଷା ସୋରେନ l ରଗବୀ ଫୁଟବଲରେ ସେହିପରି 14 ବର୍ଷରୁ କମ ବାଳକ ବିଭାଗରେ ବିକ୍ରମ ଦାସ, ରଜନୀକାନ୍ତ ହେମ୍ବ୍ରମ, ବିଶ୍ୱଜିତ ସୋରେନ, ବାଇଜୁ ମାରାଣ୍ଡି, ସୁନ୍ଦରମୋହନ ମାରାଣ୍ଡି, ବୁଢାନ ସିଂ ବାଇପାଇ, ଵିଶାଲ ମହାନ୍ତ, ଫାଗୁ ମୁର୍ମୁ, ମନୋଜ ମୁର୍ମୁ, ବାଦଲ ନାଏକ, ଋତୁରାଜ ଟୁଡୁ, ଅତୁନ ପାଣି ଓ ବାଳିକା ବିଭାଗରେ ଅନୁପ୍ରିୟା ମୁର୍ମୁ, ଶୁଭେନା ହେମ୍ବ୍ରମ, ସୁଦର୍ଶନl କ୍ରିଷ୍ଣା ନାଏକ, ହିସି ଟୁଡୁ, ଚୁମୁକି ରାଣୀ ମୁର୍ମୁ, ସରିତା ମୁର୍ମୁ, ସାବିତ୍ରୀ ମାରାଣ୍ଡି, ସୀତା ମାରାଣ୍ଡି, ସାଲହ କିସ୍କୁ, ଶାନ୍ତିପ୍ରିୟା ମୁର୍ମୁ, ରାଜଲକ୍ଷ୍ମୀ ରାମ, ସରମଣୀ ହେମ୍ବ୍ରମ ଲ ସିପାକ ଟାକ୍ରୋ ପ୍ରତିଯୋଗିତାରେ 17 ବର୍ଷରୁ କମ ବାଳକ ବିଭାଗରେ ରାହୁଲ ସିଂ, ଆଶିଷ ସିଂ, ଅର୍ଜୁନ ମୁର୍ମୁ, କିଶାନ ନାଏକ, ଜିତୁ ସିଂ ଓ ବାଳିକା ବିଭାଗରେ ଅର୍ଚ୍ଚିତl ନାଏକ, ସୁମିତ୍ରା ସିଂ, ସାଗରିକl ମୁର୍ମୁ, ଅଲିଭା ନାଏକ, ସୁକନ୍ୟା ସିଂ l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି l
Leave A Reply