ଅସୁରାଳି : ପାର୍ବଣ ଅବ୍ୟବହିତ ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ଆଜି ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଗୁରୁବାର ଦିନ ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଧୂଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜାର ଏବଂ ଆରଡିରେ ଚଢାଉ କରାଯାଇ ୪୯୬୪୦ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ୧୩୨.୮୦୦ ଲିଟର ବିୟର ଏବଂ ୧୦ଲିଟର ଦେଶୀ ଆସ୍କା ମଦ ସହ ଦୁଇଟି ଫ୍ରିଜ୍ ମଧ୍ୟ ଜବତ ହୋଇଛି। ବେଆଇନ୍ ମଦ କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ କୂଳସାହିର ସୋମନାଥ ସାମଲ ଓରଫ କାଳିଆ,ବେତାଳିଗାଁର ବାପିନା ମଳିକ ଓ ପଙ୍କଜ ନାୟକ,ଆରଡିର ପ୍ରଦୀପ କୁମାର ପାଢ଼ୀ। ଜବତ ମଦ ବିୟର ଏବଂ ଫ୍ରିଜର ଆନୁମାନିକ ମୂଲ୍ଯ ଦୁଇ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଚଢାଉରେ ଅବକାରୀ ବିଭାଗର ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସ,ଉପ ଅଧୀକ୍ଷକ ଅନିତା ପ୍ରଧାନ,ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ମହାନ୍ତି,ଏସଆଇ ସନ୍ଦୀପ ପାଢୀ,ରବି ବେହେରା,ଏ ଏସ୍ ଆଇ ପ୍ରହଲ୍ଲାଦ ସାମଲ,ଦୀପକ,ସନ୍ତୋଷ ଦାସ,ରମେଶ ନାୟକ,ରଶ୍ମିରେଖା ଜେନା,ଅଜିତ ସିଙ୍କ୍,ଶିବପ୍ରସାଦ ସାହୁ,ସୁଭାସିସ ରାଉତ,ମିଥୁନ ଜେନା,ସୁଦର୍ଶନ ପଲାଇ,ରୁଦ୍ରନାରାୟଣ ଦାସ,ଜେମାମଣି ଜାମୁଡା,ଶୁଭ୍ରାମିନି ଦାସ ପ୍ରମୂଖ ସାମିଲ ଥିଲେ।ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ତିନୋଟି କେସ୍ ନଂ ଯଥା-୧୧୩,୧୧୪ଏବଂ ୧୧୫/୨୩ ରେ ମାମଲା ରୁଜୁ ହୋଇଛି।