ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି ମିଟିଂ “ଶିଶୁ ପାଇଁ ଦିନଟିଏ” ଏବଂ ଶିଶୁଙ୍କ ମଧ୍ୟରେ ନିଶା ସେବନର ଅପବ୍ୟବହାର ଏବଂ ଅନୈତିକ ଚାଲାଣ କମିଟି ମିଟିଂ
ମିଳିତ ଭାବରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧକ୍ଷତାରେ ଉକ୍ତ ମିଟିଂ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧକ୍ଷ୍ୟା ଭାରତୀ ହାଁସଦା ଯୋଗ ଦେଇଥିଲେ ।
ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ବାଳ ଶିଶୁ ସୁରକ୍ଷା ୟୁନିଟ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟର ପ୍ରଗତି ସମ୍ପର୍କରେ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ଆଶୀର୍ବାଦ ଯୋଜନା, ମିଶନ ବାତ୍ସଲ୍ୟ ଯୋଜନା , ବିଜୁ ଶିଶୁ ସୁରକ୍ଷା ଯୋଜନା , ଗ୍ରୀନ ପେଶେଯ, ବେଟି ବଚାଓ ବେଟି ପଢାଓ ଯୋଜନା ଇତ୍ୟାଦିକୁ ମିଶାଇ ଶିଶୁଙ୍କ ମଧ୍ୟରେ ନିଶା ସେବନର ଅପବ୍ୟବହାର ଏବଂ ଅନୈତିକ ଚାଲାଣ ଅନ୍ତର୍ଭୁକ୍ତ । ଉକ୍ତ ଯୋଜନା ଗୁଡିକୁ କିପରି ଅଧିକରୁ ଅଧିକ ଲୋକାଭିମୁଖୀ କରାଯାଇପାରିବ ଓ ଜିଲ୍ଲାରେ ଶିଶୁ ସମସ୍ୟାକୁ କିପରି ଲାଘବ କରା ଯାଇପାରିବା ସେ ସମ୍ପର୍କରେ ଜିଲ୍ଲାପାଳ ଉପସ୍ଥିତ ଅଧ୍ୟାକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବାର କାର୍ଯ୍ୟ ପନ୍ଥା ଉପରେ ବିସ୍ତୃତ ଆଲୋଚନା କରଯାଇଥିଲା ଓ ବାଲ୍ୟବିବାହକୁ ପ୍ରତିହତ କରିବାପାଇଁ ସବୁ ବିଭାଗକୁ ନିଜ ନିଜ କାର୍ଯ୍ୟ ପନ୍ଥା ମଧ୍ୟରେ ବାଲ୍ୟବିବାହ ବିଷୟକୁ ସଂଲଗ୍ନ କରି ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାପାଇଁ ମଧ୍ୟ
ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଚାଇଲ୍ଡ ହେଲ୍ଡ ଲାଇନ ଦେଓମୁକ୍ତ ନମ୍ବର 1098କୁ କିପରି ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରତି ପଞ୍ଚାୟତରେ 1098 ଲେଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କୁ ନିଶା ସେବନ ଠାରୁ କିପରି ଦୂରେଇ ରଖାଯାଇପାରିବ ସେ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ଅଛି ବୋଲି ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ହାଁସଦା ପରାମର୍ଶ ଦେଇଥିଲେ । ନିଷାଦ୍ରବ୍ୟ ବିକ୍ରି କରୁଥିବା ସମସ୍ତ ଦୋକାନ ମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉକ୍ତ ମିଟିଂରେ ସିଡିଓ କମ୍ ଇଓ ରଜନୀ କାନ୍ତ ସ୍ୱାଇଁ , ସିଡିଏମ ଏବଂ ପିଏଚଓ ଡା ରୂପଭାନୁ ମିଶ୍ର , ସିଇଓ, ମୁନିସିପାଲିଟି ବସନ୍ତ କୁମାର ସେଠି, ଡ଼ିଏସପି(ଏଚଆରପିସି) ସବିତା ମାଝି, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ , ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନ୍ନପୂର୍ଣା ସିଂ, ଶିଶୁ ମଙ୍ଗଳ କମିଟିର ଅଧକ୍ଷ ଜଗଦୀଶ ଚନ୍ଦ୍ର ଘଡେଇ, ସହକାରୀ ଶ୍ରମ ଅଧିକାରିଣୀ ପାନମଣି ସୋରେନ, ଏକ୍ସାଇଜ ସୁପେରିଣ୍ଟେଣ୍ଡେଣ୍ଟ ପ୍ରଶାନ୍ତ କହ୍ନର , ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲ୍ଳେର ରୁଦ୍ର ନାରାୟଣ ସାହୁ ଙ୍କୁ ମିଶାଇ ସମସ୍ତ ସଦସ୍ୟ ଓ ସଦସ୍ୟା ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।