ବାରିପଦା : ସମଗ୍ର ଶିକ୍ଷା, ମୟୂରଭଞ୍ଜ ପକ୍ଷରୁ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଭିନ୍ନକ୍ଷମ ଛ।ତ୍ର ଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଲ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅଭିଭାବକ ମାନଙ୍କ ନିଷ୍ଠାପର କର୍ତ୍ତବ୍ୟ ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ ଏଣୁ ଅଭିଭାବକ ମାନେ ପିଲାମାନଙ୍କ ପ୍ରତି ନିରନ୍ତର ପ୍ରଚେଷ୍ଟା ଜାରି ରଖିଲେ ପିଲା ମାନଙ୍କର ଭବିଷ୍ୟତ ନିଶ୍ଚୟ ଉଜ୍ଜଳମୟ ହେବ । ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ସହାୟତା ଏହି ପିଲାମାନପାଇଁ ଯୋଗାଇ ଦିଆଯିବ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତି କରି ଉପସ୍ଥିତ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଏ ପିଲାମାନେ ସାଧାରଣ ପିଲାଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ । ସାଧନା (NGO) ର ନିର୍ଦେଶକ ରଞ୍ଜିତ ମହାପାତ୍ର ଉକ୍ତ କାର୍ଯ୍ୟ କ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ୨୦୨୧-୨୨ ଶିକ୍ଷା ବର୍ଷରେ ALIMCO ଭୁବନେଶ୍ଵର ଦ୍ବାରା ୧୨ ଟି ସ୍ଥାନରେ ଚିହ୍ନଟି ଶିବିର ଆୟୋଜନ କରଯାଇଥିଲା । ଉକ୍ତ ଶିବିର ଗୁଡିକରେ ୧୮୪୫ ଜଣ ହିତାଧ୍ୟାକାରୀ ବିଭିନ୍ନ ଉପକରଣ ପାଇବା ପାଇଁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ପୂର୍ବରୁ ୧୫୪୩ ଜଣ ହିତାଧ୍ୟାକାରୀଙ୍କୁ ୧୨ ଗୋଟି ସ୍ଥାନରେ ଉପକରଣ ମାନ ବଣ୍ଟନ କରାଯାଇଥିଲା । ଅବଶିଷ୍ଟ ୩୦୨ ଜଣ ହିତାଧୀକାରୀଙ୍କୁ ଅତିଥିମାନଙ୍କ ଦ୍ବାରା ୨ ଟି ତିନି ଚକିଆ ଗାଡି, ମସ୍ତିସ୍କ ପକ୍ଷାଘାତ ପିଲାମାନଙ୍କ ନିମନ୍ତେ ୨୦ଟି ସ୍ବତନ୍ତ୍ର ଚେୟାର, ୨୪୭ ଜଣଙ୍କ ଶ୍ରବଣ ବାଧ୍ତ ପିଲାଙ୍କୁ ଶ୍ରବଣ ଜନ୍ତ୍ର, ୫ ଗୋଟି ରୋଲେଟର ଓ ୨୫ ଟି ଆଶାବାଡି ବଣ୍ଟନ କରାଯାଇଥିଲା। । ମୋରଡା ବ୍ଲକର ନାହାସୋଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରେନ୍ଦ୍ର ମହନ୍ତ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅଭିଭାଷଣକୁ ସାଧାନର କର୍ମୀ ମୋନାଲିସା ପାଣିଗ୍ରାହୀ ସାଙ୍କେତିକ ଭାଷାରେ ଶ୍ରବଣ ବାଧ୍ତ ପିଲା ମାନଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକ ଓ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ୨୬ ଟି ବ୍ଲକର ଅନ୍ତର୍ନିବେଶି ସାଧନ କର୍ମୀ ଓ ଅନ୍ତର୍ନିବେଶି ଶିକ୍ଷା ସ୍ଵେଚ୍ଛାସେବୀ ମାନେ ଉପକରଣ ବଣ୍ଟନ ରେ ସହାୟତା କରିଥିଲେ ।