Odisha news

ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ୫ମ ବାର୍ଷିକ ବୈଠକ ଅନୁଷ୍ଠିତ

0

ବାରିପଦା  : ବରିଷ୍ଠ ନାଗରିକ ପରିଷଦ, ମୟୂରଭଞ୍ଜର ୫ମ ବାର୍ଷିକ ବୈଠକ ପରିଷଦର ସଭାପତି ଡଃ ଯୋଗେନ୍ଦ୍ର ନାତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବାରିପଦା ସହରର ବିଭିନ୍ନ ୱାର୍ଡର ଶତାଧିକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ପ୍ରଥମେ ପରିଷଦର ସମ୍ପାଦକ ବସନ୍ତ କୁମାର ଦାସ ତାଙ୍କର ସମ୍ପାଦକୀୟ ବିବରଣୀ ପ୍ରଦାନ କରି ବିଗତ ବର୍ଷରେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଏହା ପରେ କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ନାୟକ ବିଗତ ବର୍ଷର ଆୟବ୍ୟୟର ବିବରଣୀ ଦେବା ସହିତ ସମସ୍ତ ସଭ୍ୟମାନଙ୍କୁ ସେମାନଙ୍କର ସଭ୍ୟପଦ ନବିକରଣ କରିବା ପାଇଁ ଅନୁରୋଧ କରିଥିଲେ । ପରିଷଦର ଉପସଭାପତି ରଘୁନାଥ ପଣ୍ଡା ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକମାନଙ୍କର ପରିଷଦ ଗଠନ କରିବାର ଆବଶ୍ୟକତା ସମ୍ବନ୍ଧ୍ୟରେ ସୂଚନା ଦେବା ସହିତ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ଓ ବିଜ୍ଞାନର ଅଗ୍ରଗତି ସହିତ ସମାଜରେ ବରିଷ୍ଠ ନାଗରିକମାନଙ୍କର ବୟସ ବୃଦ୍ଧି ଘଟିଥିବାର ସୂଚନା ଦେବା ସହିତ ପ୍ରତ୍ୟେକ ନାଗରିକ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମାଜରେ ସଂସ୍କାର ଦେବା ସହିତ ଯୁବପିଢୀର ପଥ ପ୍ରଦର୍ଶକ ହେବା ପାଇଁ ଅନୁରୋଧ କରିଥିଲେ । ସଭାପତି ଡଃ ପଣ୍ଡା ପରିଷଦର ଅଗ୍ରଗତି ସମ୍ପର୍କରେ ଏବଂ ପରିଷଦ ଦ୍ୱାରା ପ୍ରସ୍ତାବିତ ହୋଇଥିବା କିଛି ପ୍ରସ୍ତାବକୁ ବାଚନିକ ଭୋଟ ଦ୍ୱାରା ଗୃହିତ କରାଇଥିଲେ ଏବଂ ପରିଷଦ ଦ୍ୱାରା ଗୃହିତ ହୋଇଥିବା ମୁଖ୍ୟ ପ୍ରସ୍ତାବକୁ ସରକାରଙ୍କ ନିକଟରେ ଓ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବା ପାଇଁ ସ୍ଥିର କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କର ରେଳଯାତ୍ରା ସମୟରେ ଦିଆଯାଉଥିବା ରିହାତିକୁ ପୁନଃ ପ୍ରଚଳନ କରାଯାଉ, ପରିଷଦ ଦ୍ୱାରା ସରକାରଙ୍କୁ ଆବେଦନ କରାଯାଇଥିବା ପରିଷଦର କାର୍ଯ୍ୟାଳୟ ତଥା ଜରାଶ୍ରମ ପାଇଁ ସରକାରୀ ଜାଗା ଓ ଗୃହ ନିର୍ମାଣ ନିମିତ୍ତି ଆର୍ଥିକ ସହାୟତା ତୁରନ୍ତ ଯୋଗାଇ ଦିଆଯାଉ, ମେଡିକାଲ କଲେଜ ଏବଂ ବିଭିନ୍ନ ବ୍ୟାଙ୍କ ମାନଙ୍କରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ସୁବିଧା ଗୁଡିକୁ କଡାକଡି ଭାବରେ ଲାଗୁ କରାଯାଉ, ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଥିବା ଯାତ୍ରୀ ପ୍ରତିକ୍ଷାଳୟରେ ଯାତ୍ରୀଙ୍କ ବସିବା ପାଇଁ ଆସନ ସଂଖ୍ୟା ବୃଦ୍ଧି ଓ ଏକ ପରିଶ୍ରାଗାର ନିର୍ମାଣ କରାଯାଉ । ପରିଷଦର ପ୍ରମୋଟର ବିକ୍ରମ କେଶରୀ ଜେନା ବୈଠକର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply