Odisha news

ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାଶିକ୍ଷା କାଯ୍ୟାଳୟ ତରଫରୁ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମ୍କେସି ହାଇସ୍ଲୁଲର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ର ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ରତିକ ସମୟରେ ବିଜ୍ଞାନ ଭିତ୍ତିକ ନାଟକର ଉପଯୋଗିତା ସମର୍କରେ ଆଲକପାତ କରିଥିଲେ । ପୂର୍ବତନ ବିଜ୍ଞାନ ପରିଦର୍ଶକ ଅମିତାଭ ମିଶ୍ର ଓ ଜଗନ୍ନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଡଃ ଶଶୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଚାରକ ଭାବେ ନାଟ୍ୟକାର ପରେଶ ସାହୁ ଓ ଅନ୍ନଦା ଶଙ୍କର ଦାଶ ଯୋଗ ଦେଇଥିଲେ । ଶିକ୍ଷକ ସଞ୍ଜୀବ କୁମାର ଦଳେଇ, ରାଜୀବ ଲୋଚନ ଜେନା, ଶିକ୍ଷୟିତ୍ରୀ ପ୍ରାର୍ଥନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମିଲେଟସ୍ : ସବୋତ୍ତମ ଖାଦ୍ୟ, ଖାଦ୍ୟ ନିରାପତ୍ତା ଦେନନ୍ଦିନ ଜୀବନରେ ଆଧୁନିକ ବୈଷୟିକ ବିଜ୍ଞାନ, ଚିକିସôା କ୍ଷେତ୍ରରେ ଆଧୁନିକର ଜ୍ଞାନ କୌଶଲର ପ୍ରୟାଗ, ସମାଜରେ ଅନ୍ଧବିଶ୍ୱାସ ବିଷୟ ବସ୍ତୁଭାବେ ଛାତ୍ରଛାତ୍ରୀ ମାନେ ନାଟକ ପ୍ରଦର୍ଶନ କରିଥଲେ । ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଦ୍ୱିତୀୟ ଓ କମଳା ନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସାନ ଅଧିକାରୀ କରିଥିଲେ । ସୂଚନାଯୋଗୀ ଶ୍ରେଷ୍ଠ ବିବେଚିତ ପ୍ରଥମ ଦଳ ଆଗାମୀ ୧୮ତାରିଖ କେନ୍ଦୁଝର ସିତ ଡି.ଏନ. ସରକାରୀ ଉଚ୍ଚ ବିଦ୍ୟାଳୟ ଜୋନ ସ୍ତରୀୟ ବିଜ୍ଞାନ ଡ୍ରମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ଏବଂ କୃତୀ ଦଳକୁ ଉଦ୍ୟାପତୀ ସମାରୋହରେ ପୁରସ୍କୃତ କରାଯିବ ।

Leave A Reply