ବାରିପଦା : ଛଉପଡିଆ ଠାରେ ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବି କାରିଗର ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସଇଏମ ମାନଙ୍କର ଦରମା, ଭବିଷ୍ୟତ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସର୍ତ୍ତାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଏସଇଏମ ସଂଘର ସଭାପତି ଚନ୍ଦ୍ରଶେଖର ହେମ୍ବ୍ରମ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସମ୍ପାଦକ ସୁନୀଲ କୁମାର ମହାନ୍ତ, ରବିନ୍ଦ୍ର ମହାନ୍ତ, ଉଗ୍ରେସନ ମହାନ୍ତ, ଅଜିତ କୁମାର ସିଂ, ଚାନ୍ଦ୍ରାୟ ମାରାଣ୍ଡି, ମହେନ୍ଦ୍ର ପାତ୍ର, ରବିନ୍ଦ୍ର ବେହେରା, ବାଦ୍ର ସିଂ, ଶଶିଧର ବିଶୋଇ, ହରିଶ୍ଚନ୍ଦ୍ର ବେହେରା, ଶ୍ୟାମ ସୁନ୍ଦର ସିଂ, ସୁନିଲକ କୁମାର ପରିଡା, ବୈକୁଣ୍ଠ ବାରିକ, ଅଜୟ କୁମାର ଘୋଷ, ରବିନ୍ଦ୍ର କୁମାର ପରିଡା, ସୁରେଶ ମହାନ୍ତ ଓ ଲୋସ ହାଁସଦାଃ ପ୍ରମୁଖ ଉପସ୍ଥିତ ରହି ଏସଇଏମ ଓ ପମ୍ପ ଚାଳକମାନଙ୍କର ବିଭିନ୍ନ ସମସ୍ୟା ମାନ ନେଇ ଆଲୋଚନା କରାଯାଇଥିଲା । ଯଥା ସର୍ବନିମ୍ନ ମଜୁରୀ ପ୍ରଦାନ ଓ କର୍ମଚାରୀ ମାନ୍ୟତା, ବସୁଧା ପ୍ରଜେକ୍ଟରେ ପ୍ରଜେକ୍ଟ ମଜୁରୀ ହାରରେ ଏସଇଏମ ମାନଙ୍କୁ ନିଯୁକ୍ତି ନିୟମିତ ପାରିଶ୍ରମିକ ପ୍ରଦାନ, କାମ କରୁଥିବା ସମୟରେ ଏସଇଏମ ମୃତୁ୍ୟବରଣ କଲେ ୨୦ଲକ୍ଷ ଟଙ୍କା ରାଶି ପ୍ରଦାନ, ଏସଇଏମ ପଦ ଉଚ୍ଛେଦ ନିଆଯାଉ ଏବଂ ସମସ୍ତ ଏସଇଏମ ମାନଙ୍କୁ ଜଳ ଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ ଆଦି ଦାବିମାନ କରାଯାଇଥିଲା । ଆଦି ଦାବୀରେ ଆସନ୍ତା ବଜେଟ ଅଧିବେଶନ କାଳରେ ଓଡିଶା ସଂଘ ସେପ୍ଟେମ୍ବର ୨୨ତାରିଖ ବିଧାନସଭା ଘେରାଉ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଆନେ୍ଦାଳନକୁ ସଫଳ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଏସଇଏମ କର୍ମଚାରୀ ମାନଙ୍କୁ ଆଗେଇ ଆସିବାକୁ ଜିଲ୍ଲାର ସଭାପତି ଚନ୍ଦ୍ରଶେଖର ହେମ୍ବ୍ରମ, ସମ୍ପାଦକ ସୁନିଲ କୁମାର ମହାନ୍ତ ଓ ନେତୃ ମଣ୍ଡଳୀ ନିବେଦନ କରିଛନ୍ତି । ସର୍ବଶେଷରେ ସୁନିଲ କୁମାର ପରିଡା ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ ।