ବାରିପଦା : ତକତପୁର ସ୍ଥିତ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ବାଘଡାରୋଡ ସ୍ଥିତ ସାଇ ଡିଗ୍ରୀ କଲେଜର ନବାଗତ ବିଦ୍ୟାର୍ଥିଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉସôବ ସାଇସ୍ନାତା-୨୦୨୩ ଶହିଦ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣାଧ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ମହବିଦ୍ୟାଳୟର ଅଧ୍ୟକ୍ଷ ରାଜୀବଲୋଚନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିଦେ୍ର୍ଦଶକ ଅମୀୟ ଶଙ୍କର ସାହୁ ଏବଂ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସାନ୍ତାଳି ଭାଷା ଓ ଲିପିର ଗବେଷକ ଏବଂ କବି ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା ମୁଖ୍ୟଅତିଥି ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥିମାନେ ପିଲାମାନଙ୍କୁ ପ୍ରକୃତ ଶିକ୍ଷାର ସଜ୍ଞା ବୁଝାଇବା ସହ ସେମାନେ ଜୀବନରେ ସଫଳ ହେବାପାଇଁ ସାଧନା ଏବଂ ପରିଶ୍ରମର ଆବଶ୍ୟକତା ଅଛି ବୋଲି ଆଲୋକପାତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସଭାରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଓଡିଆ ସିନେ ତାରକା ଆର୍ଲିନ୍ ଅଙ୍କିତା, ଅନିମେଶ ଘୋଷ ଏବଂ ତାପସ ପାଢି ପ୍ରମୁଖ ଯୋଗଦେଇ ଉକ୍ତ ଉସôବକୁ ଅଧିକ ମନୋମୁଗ୍ଧକର କରିଥିଲେ । ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କର ମନୋମୁଗ୍ଧ କରିଥିଲେ । ବିଶ୍ୱଜିତ ଥାଟୋଇ, ମାନସ ମନ୍ତ୍ରୀ, ଦେବଜାନୀ ବେହେରା ଏବଂ ନିବେଦିତା ଦାସଙ୍କ ଦ୍ୱାରା ମନୋମୁଗ୍ଧକର ସଙ୍ଗୀତ ପରିବେଷଣ ଉକ୍ତ ସଭାକୁ ଆହୁରି ଗାମ୍ଭୀର୍ଯ୍ୟପୂର୍ଣ୍ଣ କରିଥିଲା । ସମସ୍ତ କର୍ମଚାରୀ ସାଇ ଉଚ୍ଚମାଧ୍ୟମିକ ବିଦ୍ୟଳୟର ଉପାଧ୍ୟକ୍ଷ ଜ୍ୟୋତି ଶଙ୍କର ମିଶ୍ର ଏବଂ ସାଇ ଡିଗ୍ରୀ କଲେଜର ଅଧ୍ୟକ୍ଷ ରଣଜିତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଉସôବଟି ସାଫଲ୍ୟ ମଣ୍ଡିତ ହୋଇଥିବାରୁ କଲେଜର ନିଦେ୍ର୍ଦଶକ ଅମୀୟ ଶଙ୍କର ସାହୁ ସମସ୍ତ କର୍ମଚାରୀ ବୃନ୍ଦଙ୍କୁ ଧନ୍ୟବାଦ ଦେବାସହ ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନଙ୍କର ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।