Odisha news

ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବାର୍ଷିକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୀତ

0

ବାରିପଦା : ସ୍ଥାନୀୟ ଭଂଜପୁର ସ୍ଥିତ ଦୁର୍ଗା ମଣ୍ଡପରେ ଚଳିତ ବର୍ଷ ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଜ୍ଞାନେନ୍ଦ୍ର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଏହି ସଭାରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଦର୍ପନାରାୟଣ ପାଲ, ଉପଦେଷ୍ଟା ସିଦେ୍ଧଶ୍ୱର ପାଣିଗ୍ରାହୀ, ସରୋଜ ଦାସ ଓ ପ୍ରିୟନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଏବର୍ଷ ପୂଜା ଓ ମେଳାକୁ ସଫଳ କରିବା ପାଇଁ ଉପଦେଶ ଦେଇଥିଲେ । ଗତବର୍ଷର ଆୟବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଯାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ଓ ୭୧ତମ ପୂଜା ତଥା ୨୯ତମ ମେଳା ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ପୂଜା କମିଟି ଅଧ୍ୟକ୍ଷ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମେଳା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ସମ୍ପାଦକ (ପୂଜା) କଳିଙ୍ଗ କେଶରୀ ଜେନା ଓ ଦିନେଶ ସାହୁ, ସମ୍ପାଦକ (ମେଳା) ପ୍ରସନ୍ନଜିତ ମହାନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ମାନସ ମହାନ୍ତି ଓ ପ୍ରିତମ ପଣ୍ଡା, ସମ୍ପାଦକ (ଷ୍ଟଲ) ସପନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ସୁବ୍ରତ କୁମାର ଦାସ ଏବଂ ସଭ୍ୟ ଦେୟ ସଂଗ୍ରହ ଦାୟିତ୍ୱରେ ମନୋଜ ମହାନ୍ତି ପ୍ରମୁଖ ସର୍ବସମ୍ମତ୍ତି କ୍ରମେ ମନୋନୀତ ହୋଇଛନ୍ତି । ସଭା ଶେଷ ପର୍ଯ୍ୟାୟରେ ପୂଜା କମିଟି ଅଧ୍ୟକ୍ଷ ମନ୍ତ୍ରୀ ଶ୍ରୀଯୁକ୍ତ ମାର୍ଣ୍ଡି ଉପସ୍ଥିତ ରହି ଏବର୍ଷ ପୂଜା ଓ ମେଳାକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏହି ସଭାରେ ୧୫୦ଜଣ ଉପସ୍ଥିତ ଥିଲେ ବୋଲି ମିଡ଼ିଆ ସମ୍ପାଦକ ସୋମନାଥ ସିଂହ ଜଣାଇଛନ୍ତି ।

Leave A Reply