Odisha news

ପିକ୍ଅପ୍ ଭ୍ୟାନ୍ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ, ୩ ଗୁରୁତର

0

ବାରିପଦା  : ବାରିପଦା-ଦେଉଳି ରାସ୍ତାର ସିନାଧୁଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିରେ ମୃତୁ୍ୟ ଘଟିଥିବା ୩ଜଣ ଶୁଳିଆପଦା ଥାନା ଅନ୍ତର୍ଗତ ବଡମାଞ୍ଚଣା ଗ୍ରାମର କାଳିପଦ ନାୟକ(୨୩), ଚୈତନ୍ୟ ନାୟକ(୨୪) ଓ ଦିଲ୍ଲିପ ନାୟକ(୨୫) ବୋଲି ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ସୋମବାର ମଧ୍ୟାହ୍ନରେ ପାଣିବୋତଲ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ବାରିପଦରୁ ଯାଉଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଅଟୋଟି ସଂପୂର୍ଣ୍ଣ ଭାଙ୍ଗିଯିବା ସହ ଅଟୋରେ ଡ୍ରାଇଭରକୁ ମିଶାଇ ଅଟୋରେ ୪ଜଣ ଥିବାବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଓ ହେଲ୍ପର ମଧ୍ୟ ଗୁରୁତର ଆହତ ହେବାସହ ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଉଭୟଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏନେଇ ବାରିପଦା ସଦର ଥାନାରେ ୧୨/୨୩ରେ ଏକ ମାମଲ ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଜଣାଯାଇଛି ।

Leave A Reply