Odisha news

ଡକାୟତୀ ଉଦ୍ୟମ ପଣ୍ଡ, ୮ ଗିରଫ, ମାରଣାସ୍ତ୍ର ଜବତ

0

ବାରିପଦା  : ବାରିପଦା ଟାଉନ ଥାନା ପୋଲିସକୁ ମିଳିଛି ବଡସଫଳତା । ଡକାୟତୀ ଉଦ୍ୟମ ପାଇଁ ଯୋଜନା କରୁଥିବାବେଳେ ବାରିପଦା ଟାଉନ ଥାନା ପକ୍ଷରୁ ଅତର୍କୀତ ଚଢଉ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ଟାଉନ ପୋଲିସ ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବାବେଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଖେଳ ପଡିଆରେ ଚଢଉ କରି ବାଲେଶ୍ୱର ଜିଲ୍ଲାର ସଞ୍ଜୟ କୁମାର ଜେନା(୩୦), ବାରିପଦା ସହର ୱାର୍ଡନମ୍ବର ୨୩ର ମଙ୍ଗୁଲୁ ମୁଖୀ(୨୫), ମନୋଜ କୁମାର ଦାସ(୨୦), ୱାର୍ଡନମ୍ବର ୧୭ ଅଞ୍ଚଳର ଦିପକ ମୁଖୀ(୩୬), ୱାର୍ଡନମ୍ବର ୨୪ ଅଞ୍ଚଳର ବଳିଆ ମୁଖୀ(୨୨), ମିଥୁନ ମୁଖୀ(୨୨) ଓ ବାଦଲ ମୁଖୀ(୨୨) ଓ କୁନ୍ଦନ ମୁଖୀ(୧୮)ଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଚୋରି, ଡକାୟତୀ ମାମଲା ଥିବା ଜଣାଯାଇଛି । ଏନେଇ ବାରିପଦା ଟାଉନ ଥାନାରେ ୭୯୮/୨୨ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Nalco
Leave A Reply