ବାରିପଦା : କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ପ୍ରଦାନ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାର କେତେକ ଷ୍ଟେସନରେ ରେଳରୋକ କରାଯାଇଛି । କୁଡ଼ୁମୀ ସଂଗଠନ ପକ୍ଷରୁ ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନରେ ରେଳରୋକ କରାଯାଇଛି । ଏହାଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ଓ ବାରିପଦା-ସାଲିମାର ଅଧାରେ ଅଟକି ରହିଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ ବିଭିନ୍ନ ସ୍ଥାନରେ ରହୁଥିବା କୁଡୁମି ସମ୍ପ୍ରଦାୟର ଲୋକେ ଅନୁସୂଚିତ ଜନଜାତି ବା ଏସଟି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷିରେ ବାରିପଦାରେ ଥିବା ଭଞ୍ଜପୁର ରେଳ ଷ୍ଟେସନରେ ଆନେ୍ଦାଳନକାରୀ ମାନେ ରେଳରୋକ କରିଥିବାରୁ ବାଙ୍ଗିରିପୋଷି-ସାଲିମାର ଏକ୍ସପ୍ରେସ ଓ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ଅଟକି ରହିଥିଲା । ଅନ୍ୟପଟେ ବାଙ୍ଗରିପୋଷି-ବାଲେଶ୍ୱର ଡିଏମୟୁ ଟ୍ରେନ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳୱାଇ ଅଧିକାରୀ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ବୁଝାସୁଝା କରିବା ପରେ ରେଳ ଚଳାଚଳ ସ୍ୱାଭାବିକ୍ ହୋଇଥିଲା । ତେବେ ଅନେକ ବର୍ଷ ହେବ କୁଡୁମି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାର ଦାବି ହୋଇ ଆସୁଛି । କିନ୍ତୁ କୌଣସି ସୁଫଳ ନମିଳିବାରୁ ସେମାନେ ଆନେ୍ଦାଳନକୁ ଓହ୍ଲାଉଛନ୍ତି । ଗତବର୍ଷ କୁଡୁମୀ ସମ୍ପ୍ରଦାୟର ଲୋକମାନଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ଦାବିରେ କୁଡୁମୀ ସେନା କର୍ମକର୍ତ୍ତାମାନେ ବାରିପଦା ମା’ଅମ୍ବିକା ମନ୍ଦିରରୁ ଦିଲ୍ଲୀ ଯାତ୍ରା କରିଥିଲେ । ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ଲୋକେ ଆଦିବାସୀ ତାଲିକାଭୁକ୍ତ ଥିଲେ । ମାତ୍ର ୧୯୫୦ ମସିହା ସେପ୍େଟମ୍ବର ୬ତାରିଖରୁ କୁଡୁମି ମାନଙ୍କୁ ସରକାର ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଥିଲା । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଆନେ୍ଦାଳନକାରୀ । ଆଜି କୁଡୁମି ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ହାତରେ ବ୍ୟାନର ଧରି ରେଳ ଧାରଣା ଉପରେ ବସି ରହିଥିଲେ ।
