ବାରିପଦା : ବାରିପଦା ସହର ଶ୍ରୀପଦ୍ଗଞ୍ଜ ହାଇସ୍କୁଲର ଖେଳ ଶିକ୍ଷକ ଜୈନିକ ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର କରିଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଉକ୍ତ ସ୍କୁଲର ଜୈନିକ ଛାତ୍ରୀକୁ ଖେଳ ଶିକ୍ଷକ ପ୍ରଦୀପ ମହାନ୍ତ ଖରାପ୍ ବ୍ୟବହାର ପ୍ରଦର୍ଶନ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଶିକ୍ଷକଙ୍କୁ ପଚରାଉଚୁରା କରାଯାଇଥିଲେ ମଧ୍ୟ ସେ ସଠିକ୍ ଉତ୍ତର ଦେଇପାରିନଥିଲେ । ଫଳରେ ଛାତ୍ରୀଙ୍କ ପରିବାର ଟାଉନ ଥାନାକୁ ଖବର ଦେଇଥିଲେ । ବାରିପଦା ଟାଉନ ପୋଲିସ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ତଦନ୍ତ କରୁଥିବା ଜଣାଯାଇଛି । ଏନେଇ ବାରିପଦା ଟାଉନ ଥାନାରେ ୭୯୯/୨୨ ମାମଲା ରୁଜୁ ହେଇଥିବାବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
