Odisha news

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଯୁବକଙ୍କୁ ୧୨ବର୍ଷ ସଶ୍ରମ କାରାଦଣ୍ଡ

0

ବାରିପଦା  : ଏକ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ ଅଦାଲତର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଗୁରୁଚରଣ ବେହେରା(୩୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୨ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

ଘଟଣାରୁ ପ୍ରକାଶ ଯେ, ୨୦୧୭ ମସିହା ଜୁଲାଇ ୩୧ତାରିଖରେ ଜଣେ ୧୦ବର୍ଷର ଦିବ୍ୟାଙ୍ଗ ନାବାଳିକାଙ୍କୁ ଟାଉନ ଥାନା ଅଞ୍ଚଳର ଗୁରୁଚରଣ ବେହେରା ବାରିପଦାର ସହରର ଏକ ପବିତ୍ର ସ୍ଥାନରେ ସନ୍ଧ୍ୟାରେ ସମୟରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏନେଇ ପୀଡାତଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ୧୦୫/୧୭ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଗୁରୁବାର ୨୪ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ଏଥିସହ ଜିଲ୍ଲା ଆଇନ୍ ସହାୟତା କର୍ତ୍ତୃପକ୍ଷ ପୀଡତାଙ୍କୁ କ୍ଷତିପୂରଣ ବାବଦରେ ୪ଲକ୍ଷଟଙ୍କା ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।

Leave A Reply