ବାରିପଦା : ଏବିଭିପିର ବିକାଶାର୍ଥେ ବିଦ୍ୟାର୍ଥୀ ଗତିବିଧି ପକ୍ଷରୁ ବାରିପଦାର ଶ୍ରୀମାମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷମିତ୍ର ଅଭିଯାନ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନଟବର ଗିରି ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଓଡିଆ ବିଭାଗର ଅଧ୍ୟାପିକା ମିତାରାଣୀ ମିଶ୍ର ସଂଯୋଜନା କରିଥିଲେ । ଶ୍ରୀ ଗିରି କାର୍ଯ୍ୟକ୍ରମର ଗୁରୁତ୍ୱ, ବୃକ୍ଷର ଆବଶ୍ୟକତା, ଉପଦେୟତା ଓ ଏହାର ସାରା ମାନବ ସମାଜ ନିମନ୍ତେ ଉପକାରିତା ସମ୍ପର୍କରେ ନିଜର ଅଭିଭାଷଣରେ ରଖିଥିଲେ । ଛାତ୍ରୀମାନେ ବୃକ୍ଷର ଯନô ବଦ୍ଧପରିକର ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀ ରିମା ମଣ୍ଡଳ, ଶୁଭଶ୍ରୀ ମିଶ୍ର, ସସ୍ମିତା ସିଂ, ବର୍ଷା ସିଂ, ସ୍ୱପ୍ନା ହାଁସଦାଃ, ସୀତାମଣୀ ହାଁସଦାଃ, ବନାନି ଷେଣ୍ଢ, ମଉନା ପାତ୍ର, ଯଶୋମତି ହେମ୍ବ୍ରମ, ପ୍ରତିମା ଟୁଡୁ ଓ ସୁକାନ୍ତି ସୋରେନ୍ ପ୍ରମୁଖ ସହଯୋଗ କରିଥିଲେ ।
