ବାରିପଦା : ସରକାର ୫ଟି ମାଧ୍ୟମରେ ଶତାଧିକ ସ୍କୁଲକୁ ଅନ୍ତର୍ଭୁକ୍ତ କରି ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେଉଥିବାବେଳେ ଏମିତି ବହୁ ସ୍କୁଲ ଆଜି ବି ପରିତ୍ୟକ୍ତ ଓ ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଶିଶୁଙ୍କ ଭବିଷ୍ୟତ ଗଢା । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହି ଗ୍ରାମ ପଞ୍ଚାୟତ ଅଧିନସ୍ତ ବଡଫେରା ଆଦର୍ଶ ଉପ୍ରା ବିଦ୍ୟାଳୟଟି ଦୀର୍ଘ ୩୦ବର୍ଷରୁ ଭାଙ୍ଗି ରୁଜି ଯାଇଥିବା ସତ୍ତ୍ୱେ ଅସୁରକ୍ଷିତ ଅବସ୍ଥାରେ ପିଲାମାନଙ୍କୁ ଦିଆଯାଉଛି ଶିକ୍ଷାଦାନ । କେତେବେଳେ ଯେ, ସ୍କୁଲ ଘର ଭାଙ୍ଗି ଯିବ ତାହା କହି ହେବନାହିଁ । ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ସ୍କୁଲର ମରାମତି ନେଇ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷକ ।
ଭଙ୍ଗା ଘରେ ଚାଲିଛି ଶିକ୍ଷା ଦାନ, ଅଫିସ ଗୃହରେ ଛାତ ଭାଙ୍ଗି ଗଲାଣି, କାନ୍ଥ ସବୁ ଠାଏଁ ଠାଏଁ ଭାଙ୍ଗି ଗଲାଣୀ ଏବଂ ଝରକା କବାଟ ଭଙ୍ଗା ଦଦରା ହୋଇଗଲାଣୀ କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବ କହି ହେବନାହିଁ । ଏଭଳି ବିପଦ ସଂକୁଳ ଅବସ୍ଥାରେ ଆଦର୍ଶ ଉପ୍ରା ବିଦ୍ୟାଳୟ ପିଲାମାନେ ପାଠ ପଢୁଛନ୍ତି । ୧୯୯୨ ମିସହାରେ ନିର୍ମାଣ ହୋଇଥିଲେ ଏହି ସ୍କୁଲ ।
ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଦୁଇଟି ଶ୍ରେଣୀର ପାଖାପାଖି ୬୦ରୁ ଉଦ୍ଧ୍ୱର୍ ପିଲା ପାଠପଢନ୍ତି, କିନ୍ତୁ ଏମାନଙ୍କ ସୁରକ୍ଷା ପ୍ରତି କାହାର ହେଲେ ଦୃଷ୍ଟି ନାହିଁ । ଅବ୍ୟବସ୍ଥା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଶ୍ରେଣୀ ଗୃହ ଏପରି ଅବସ୍ଥା ଥିବାବେଳେ ଯଦି କିଛି ଅଘଟଣା ଘଟେ ତା ପାଇଁ କିଏ ଦାଈ ରହିବ । ସରକାର ଏପରି ପୁରୁଣା ବିଦ୍ୟାଳୟ ଯାହା ଶିକ୍ଷାର ବିକାଶରେ ଗୁରୁତ୍ୱ ବହନ କରୁଥିବା ତାହା ଚିହ୍ନଟ କରି ତାହାର ବିକାଶ ଦିଗରେ ଦୃଷ୍ଟି ଦିଅନ୍ତି ତାହେଲେ ଶିକ୍ଷାର ବିକାଶ ହୋଇପାରିବ । ତେବେ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋରଧରିଛି ।
