Odisha news

କଣ୍ଡମ ର ଅଚାନକ ଦର ବୃଦ୍ଧିକୁ ନେଇ ଯୁବକ ମାନେ ଚିନ୍ତାରେ , କଣ ରହିଛି ଏହା ପଛର ବିଶେଷ କାରଣ

0
ନୂଆଦିଲ୍ଲୀ : ନିଶା ମଣିଷ ଶରୀର ସହିତ ମାନସିକ ସ୍ଥିତି କୁ ମଧ୍ୟ କରି ଦେଇଥାଏ ଦୁର୍ବଳ । ଆମେ ନିଜର ଚତୁର୍ପର୍ଶ୍ଵରେ ଥିବା ବିଭିନ୍ନ ଘଟଣା କୁ ଦେଖିଥାଉ ଯାହାର ମୁଖ୍ୟ କାରଣ ହେଉଛି ନିଶା । ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ କେମିକାଲ ପ୍ରଡକ୍ଟ ଦ୍ଵାରା ମଧ୍ୟ ଲୋକମାନେ ନିଶା କରୁଥିବାର ଦେଖିବାକୁ ମିଳୁଛି । ଯେପରିକି ବିଭିନ୍ନ ପେଣ୍ଟ , କାଶ ଔଷଧ , ପେଟ୍ରୋଲ, ଟାୟାର, ପଙ୍କଚର ଯୋଡେଇ ହେଉଥିବା ଟ୍ୟୁବ୍ ଓ ନେଲ ପଲିସ କୁ ନିଶାରେ ମଧ୍ୟ ପ୍ରୟୋଗ କରାଯାଇ ଥାଏ ।
ନିକଟରେ ଗୋଟିଏ ଅଦ୍ଭୁତ ଘଟଣା ସାମ୍ନା କୁ ଆସିଚି । ଆପଣଙ୍କୁ ଶୁଣିବାକୁ ଅଦ୍ଭୁତ ଲାଗିପାରେ କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ପଶ୍ଚିମବଙ୍ଗ ର ଯୁବକ ମାନେ କଣ୍ଡମ୍ ରେ ନିଶା କରୁଛନ୍ତି । କଣ୍ଡମ୍ ମାର୍କେଟ ରୁ ସରିଯିବା ଦ୍ଵାରା ଦର ବୃଦ୍ଧି ହୋଇ ଯାଇଛି । ଯୁବକ ମାନେ କଣ୍ଡମ୍ ଦ୍ଵାରା ନିଶା କରୁଛନ୍ତି ।
ହଁ ଆଜ୍ଞା , ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ୍ୟ ଅଟେ । ପଶ୍ଚିମବଙ୍ଗ ର ଦୁର୍ଗା ପୁର ରେ ଯୁବକ ମାନଙ୍କ ମଧ୍ୟରେ କଣ୍ଡମ୍ ନିଶା ଖୁବ୍ ପ୍ରସିଦ୍ଧି ଅର୍ଜନ କରିଛି । ଯୁବକମାନେ ମାର୍କେଟ ରୁ ଫ୍ଲେଭର୍ଡ କଣ୍ଡମ୍ ନେଇ ତାହାକୁ ଏକଘଣ୍ଟା ପର୍ଯ୍ୟନ୍ତ ଗରମ୍ ପାଣିରେ ବତୁରାଇ ରଖି ଦେଇ ଥାଆନ୍ତି । ୧ ଘଣ୍ଟା ପରେ ସେହି ପାଣିକୁ ପିଇ ଥାଆନ୍ତି । ଯାହାଦ୍ଵାରା ସେମାନେ ୧୦-୧୨ ଘଣ୍ଟା ନିଶାରେ ରହି ଥାଆନ୍ତି ।
ଦୁର୍ଗା ପୁରରେ ଅଧିକାଂଶ ଛାତ୍ର ରୁହନ୍ତି ଯେଉଁମାନେ ନିଜ ଘରଠାରୁ ଦୂରେଇ ରହି ଥାଆନ୍ତି , ତେଣୁ ସିଗାରେଟ , ଗଞ୍ଜେଇ , ମଦ ଇତ୍ୟାଦି ଅଧିକ ମୂଲ୍ୟର ହୋଇ ଥାଏ । ତେଣୁ ସେମାନେ ନିଜ ପକେଟ୍ ଖର୍ଚ୍ଚ ରେ ଖୁବ୍ ସହଜରେ ଫ୍ଲେବର୍ଡ କଣ୍ଡମ୍ ବ୍ୟବହାର କରିଥାନ୍ତି ।
ଫ୍ଲେବର୍ଡ଼ କଣ୍ଡମ୍ କୁ ନିଶା ଭାବରେ ବ୍ୟବହାର କରୁଥିବା କଥା ଜଣେ ଛାତ୍ର ସୂଚନା ଦେଇଛନ୍ତି । ଦୁର୍ଗାପୁର ରେ କଣ୍ଡମ୍ ନମିଳିବା କାରଣରୁ ଜଣେ ମେଡ଼ିସିନ ଦୋକାନୀ ଜଣେ ଛାତ୍ରଙ୍କୁ ପଚାରିଥିଲେ ପ୍ରତିଦିନ କଣ୍ଡମ୍ ନେଇ କଣ କରୁଚ । ଉକ୍ତ ଛାତ୍ର ଜଣଙ୍କ କଣ୍ଡମ୍ ର ବ୍ୟବହାର କରି ନିଶା କରୁଥିବା କଥା କହିଥିଲେ ।
ଉକ୍ତ ଦୋକାନୀ କହିଛନ୍ତି ଯେ ଅଚାନକ ଭାବରେ କଲେଜ ଛାତ୍ରଙ୍କ ମାନେ ଏତେ ପରିମାଣରେ କଣ୍ଡମ୍ କିଣିଲେ ଯେ ମାର୍କେଟ ରେ ଆଉ କଣ୍ଡମ୍ ମିଳିଲା ନାହିଁ ।
ଫ୍ଲେବର୍ଡ୍ କଣ୍ଡମ୍ ରେ ନିଶା କରିବା ଶରୀର ପକ୍ଷରେ ଅଧିକ କ୍ଷତିକାରକ ଅଟେ । ପଶ୍ଚିମବଙ୍ଗ ର ଜଣେ କେମେଷ୍ଟ୍ରୀକୁ ଶିକ୍ଷକ କହିଛନ୍ତି ଏଥିରେ ଥିବା କେମିକାଲ କ୍ୟାନ୍ସର ରେ ପୀଡିତ କରାଇ ଥାଏ ।
Leave A Reply