ଠିକା ବିଦୁ୍ୟତ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି : ସର୍ବନିମ୍ନ ମଜୁରୀ ୨୦ହଜାର ଏବଂ ଟାଟା ପାୱାର ଦ୍ୱାରା ଦରମା ଦିଆଯାଉ ସଂଘ
ବାରିପଦା : ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ସଂଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଓ ସଂଘର ଉପଦେଷ୍ଟା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ପରାମର୍ଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଦୁ୍ୟତ୍ ମଣ୍ଡଳ ଅଧିନରେ ଥିବା ବାରିପଦା, ଉଦଳା ଏବଂ ରାଇରଙ୍ଗପୁର ଠାରେ ସଂଘରେ କାର୍ଯ୍ୟରତ ଠିକା କର୍ମଚାରୀ ମାନଙ୍କର ଏକ ବିଶାଳ ଶ୍ରମିକ ସମାବେସ ଅନୁଷ୍ଠିତ ହୋଇଯଅଇଛି । ଉକ୍ତ ସମାବେଶରେ ମୁଖ୍ୟଅତିଥି ଭାବେ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଏବଂ ସମାଜସେବୀ ଅମର ସେଠୀ ଯୋଗଦେଇ ଠିକା କର୍ମଚାରୀ ମାନଙ୍କର ବର୍ଷ ବର୍ଷ ଧରି ଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ସଂଘର ଡେପୁଟୀ ଜେନେରାଲ ସେକ୍ରେଟେରୀ ଜ୍ୟୋତିକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ସଂଘର ବହୁ ବରିଷ୍ଠ ନେତୃତ୍ୱ ଓ କର୍ମଚାରୀଙ୍କ ଉପସ୍ଥିତିରେ ଠିକା କର୍ମଚାରୀଙ୍କ ସମସ୍ୟା ଏବଂ ସ୍ୱାର୍ଥ ପାଇଁ ସଂଘ କର୍ତ୍ତୃପକ୍ଷଙ୍କ ସହିତ କୌଣସି ସାଲିସ କରିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୟୂରଭଞ୍ଜ ବିଦୁ୍ୟତ୍କ୍ଷେତ୍ରରେ ବିଭିନ୍ନ ବିଭାଗ ଯଥା ୩୩/୧୧ କେଭି ସବ୍ଷ୍ଟେସନରେ ୨୩୮ ଜଣ ଠିକାକର୍ମଚାରୀ ବିଭିନ୍ନ ଏଜେନ୍ସି ମାଧ୍ୟମରେ ବର୍ଷ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ସ୍ଥଳେ ବର୍ତ୍ତମାନ ସେମାନଙ୍କର ଭବିଷ୍ୟତ ଅନ୍ଧାର ଆଡକୁ ଟାଣି ହୋଇ ଯାଉଛି । ସ୍ୱଳ୍ପ ଦରମା ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ଉଚ୍ଚ ଭୋଲଟେଜ୍ ସମ୍ପନ୍ନ ବିଦୁ୍ୟତ୍ ଲାଇନ୍ରେ ମରାମତି ଏବଂ ରକ୍ଷଣାବେକ୍ଷଣର ଏକ ମୁଖ୍ୟ ଭୂମିକା ଗ୍ରହଣ କରିବା ପରେ ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଅବହେଳିତ ଏବଂ ନିସ୍ପେସିତ ।
ଏଜେନ୍ସି ମାନଙ୍କର ବାରମ୍ବାର ପରିବର୍ତ୍ତନ ହେତୁ ସେମାନଙ୍କୁ ଛଟେଇ କାର୍ଯ୍ୟ କରିବା ସତ୍ତ୍ୱେ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଯଥା ଦରମା, ଇପିଏଫ, ଇଏସଆଇ ପ୍ରଭୃତି ଠିକ୍ ସମୟରେ ପାଇବାରୁ ବଞ୍ଚିତ ହେବା ଏକ ଦୁଃଖ ଏବଂ ପରିତାପର ବିଷୟ । ବର୍ଷ ବର୍ଷ ଧରି ବିଦୁ୍ୟତ୍ କ୍ଷେତ୍ରରେ ନିଜର ଯୋଗ୍ୟତା ପ୍ରତିପାଦନ କରିବା ସତ୍ତ୍ୱେ ସ୍ଥାୟୀ ନିଯୁକ୍ତି ନ ପାଇବାରୁ ସେମାନଙ୍କର ଭବିଷ୍ୟତ ଅନ୍ଧାର ଆଡକୁ ଟାଣି ହୋଇଯାଉଛି । ନେସ୍କୋକୁ ଟାଟା ପାୱାର ଅଧିଗ୍ରହଣ କରିବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଏକ ନୂତନ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇଅଛି । ସମାବେଶରେ ବିଭିନ୍ନ ସଂସ୍ଥାରେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକ କର୍ମଚାରୀକୁ ବୃଦ୍ଧି କରାଯାଉ ।
ବିଭାଗରେ କାର୍ଯ୍ୟରତ ଶ୍ରମିକଙ୍କୁ ଉଚ୍ଚ କୁଶଳୀ ଶ୍ରମିକର ମାନ୍ୟତା ନେଇ ନିର୍ଦ୍ଧାରଣ କରିବା ସହତି ଦରମାକୁ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉ । କାର୍ଯ୍ୟରତ ଅଣକୁଶଳୀ ଶ୍ରମିକଙ୍କୁ ଅଭିଜ୍ଞତା ଆଧାରରେ କୁଶଳୀ ଶ୍ରମିକ ମାନ୍ୟତା ପ୍ରଦାନ କରାଯାଉ । ଶ୍ରମିକ କର୍ମଚାରୀଙ୍କୁ ଠିକାଦାର ଅଧିନରେ ନ ରଖି ଟାଟା ପାୱାର ଅଧିନରେ ରଖିବା ସହିତ ଦରମା ସିଧାସଳଖ ଟାଟା ପାୱାର ଦେଓ ଏବଂ ଏହା ପ୍ରତିମାସ ୧ତାରିଖରେ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ପୈଠ ହେଉ ।
ଦରମାରୁ କଟୁଥିବା ଇପିଏଫ ନିର୍ଦ୍ଧାରତି ସମୟରେ ଜମା ହେବା ସହ ବାର୍ଷିକ ସ୍ଲିପ୍ ପ୍ରଦାନ କରାଯାଉ । ଉଚ୍ଚ ଭୋଲଟେଜ୍ରେ କାର୍ଯ୍ୟ କରୁଥିବା ହେତୁ ଜୀବନ ପ୍ରତି ବିପଦ ଥିବାରୁ ପ୍ରତି କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଜୀବନବୀମା କରାଯାଉ । ସମସ୍ତ ବିଦୁ୍ୟତ୍ ସୁରକ୍ଷା ସରଞ୍ଜାମ ଯଥା ହେଲମେଟ୍, ଗ୍ଲୋବ୍ସ, ଜେତା ପ୍ରଭୃତି ଯଥାଶିଘ୍ର ପ୍ରଦାନ କରାଯାଉ ପ୍ରଭୃତି ସମସ୍ୟା ଗୁଡିକ ସମାବେଶର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିଲା । ଉଦଳା ଏବଂ ରାଇରଙ୍ଗପୁର ଡିଭିଜନ ଅନ୍ତର୍ଗତ ଠିକା ଶ୍ରମିକ ମାନଙ୍କର ବାକି ଥିବା ଦରମାର ଏରିଅର ତୁରନ୍ତ ପୈଠ କରାଯାଉ । ଟାଟା ପାୱାର ଏବଂ ଓଡିଶା ସରକାର ମିଳିତ ଭାବରେ ଟିପିଏନଓଡିଏଲ ବିଦୁ୍ୟତ୍ କ୍ଷେତ୍ରକୁ ଅଧିଗ୍ରହଣ କରିବା ପରେ ସଂସ୍ତାର କାର୍ଯ୍ୟଶୈଳି ଏବଂ ଶ୍ରମିକଙ୍କ ହିତରେ କାର୍ଯ୍ୟ ପାଇଁ ସଂଘ ଟାଟା ପାୱାର ଏବଂ ସରକାରଙ୍କୁ ପ୍ରଶଂସା କରିବା ସହତି ଉପରୋକ୍ତ ସମସ୍ୟା ଗୁଡିକ ଟାଟା ପାୱାର ଏବଂ ସରକାର ହୃଦବୋଧ କରି ଯଥାଶୀଘ୍ର ଏହାର ଆଶୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ସଂଘ ଦୃଢୋକ୍ତି ପ୍ରକାଶ କରିଛି ।
ଏଜେନ୍ସି ମାନଙ୍କର ଏଭଳି ଶ୍ରମିକ ମାରଣନୀତକୁ ସଂଘ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଭବିଷ୍ୟତରେ ଏଭଳୀ କାର୍ଯ୍ୟର ପୁନରାବୃତ୍ତି ହେଲେ କିମ୍ବା ଠିକା କର୍ମଚାରୀମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟର କୌଣସି ବ୍ୟତିକ୍ରମ ହେଲେ ଏହା ବିରାଟ ଶ୍ରମିକ ଆନେ୍ଦାଳନର ରୂପ ନେବ ବୋଲି ସଂଘ ପ୍ରକାଶ କରିଛି । ଉପସ୍ଥିତ ଠିକା କର୍ମଚାରୀ ମାନଙ୍କ ପକ୍ଷରୁ ଏକ ୬ଦଫା ଦାବିପତ୍ର ଟାଟା ପାୱାର ମୁଖ୍ୟ ବାଲେଶ୍ୱର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରିପଦା ଅଧିକ୍ଷଣ ଯନ୍ତ୍ରୀଙ୍କ ଦ୍ୱାରା ଦିଆଯିବା ସହିତ ଏହାର ଏକକିତା ନକଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ବିଦୁ୍ୟତ୍ ନିୟାମକ ଆୟୋଗ, ପ୍ରମୁଖ ଶକ୍ତି ସଚିବ, ଶ୍ରମ କମିଶନର, ଚିଫ୍ ଅପରେସନ ସର୍ଭିସ, ଟାଟା ପାୱାର, ଚିଫ୍ ଏଚଆର/ଏଡମିନ୍ ଟାଟା ପାୱାର, ମୟୂରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରିଣୀ ପ୍ରମୁଖଙ୍କୁ ବିହୀତ ପଦକ୍ଷେପ ପାଇଁ ପ୍ରେରଣ କରାଯିବା ସହିତ ଆସନ୍ତା ୨୨ତାରିଖ ମୟୂରଭଞ୍ଜ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିକା ଶ୍ରମିକ କର୍ମଚାରୀଙ୍କ ଦ୍ୱାରା ଏକ ବିଶାଳ ବିକ୍ଷୋଭ କରାଯøାିବ ବୋଲି ସଂଘ ନିଷ୍ପତ୍ତି ଗ୍ରହଣ କରିଛି ।
ଉକ୍ତ ବୈଠକରେ ଡିଭିଜନ ସେକ୍ରେଟାରୀ ଚନ୍ଦନ କୁମାର ମହାନ୍ତି, ଅଶ୍ୱିନୀ କୁମାର ପଣ୍ଡା, ଜ୍ୟୋତିଲାଲ ବିଶ୍ୱାଳ, ପାର୍ଥସାରଥି ଦାସ, ଅଚୁ୍ୟତ୍ ସାହୁ, ସୁଜିତ୍ ଲେଙ୍କା, ମାନସ ପାତ୍ର, ହରିହର ମଣ୍ଡଳ, ମାନସ ପଣ୍ଡା, ଦୀନକୃଷ୍ଣ ନାୟକ, ରଜତ ସାହୁ, ଶ୍ୟାମସୁନ୍ଦର ପାତ୍ର, ଜୀବନ ଗିରି, ବିଶାଳ ଅଧିକାରୀ ମାନସ ରଞ୍ଜନ ପାତ୍ର, ଗଗନ ବିହାରୀ ନାୟକ, ରାଜକୁମାର ମହାନ୍ତ, ଶ୍ୟାମସୁନ୍ଦର ପାତ୍ର, ସତ୍ୟବ୍ରତ ସିଂ, ପ୍ରଦୀପ ପାତ୍ର, ବାବୁଲା ଗିରି, କରୁଣାକର ଗିରି, ପ୍ରଦୀପ ଜେନା, ରାମ ଗଣେଶ ରାୟ, ମହେନ୍ଦ୍ର ପାଣିଗ୍ରାହୀ ଓ ସାଇ ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.