Odisha news

ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ରେଳ ସଂଯୋଗୀକରଣ ଦାବିରେ ଭଞ୍ଜସେନା ପକ୍ଷରୁ ପଦଯାତ୍ରା ଶେଷ

ବାରିପଦା,  : ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ଏବଂ ବୁଢାମରାଠାରୁ ଚାକୁଳିଆ ଯାଏଁ ରେଳପଥ ସଂଯୋଗୀକରଣ ପାଇଁ ମୁଖ୍ୟତ ବର୍ଷ ବର୍ଷ ଧରି ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିବାବେଳେ ଏହି ଦାବିକୁ ହାସଲ କରିବା ପାଇଁ ଆଗକୁ ବଢିଛି ଯୁବଛାତ୍ର ସଂଗଠନ ଭଞ୍ଜସେନା । ଏହି ପରିପ୍ରେକ୍ଷୀରେ ଭଞ୍ଜସେନା ପକ୍ଷରୁ ୨୭ତାରିଖ ଶୁକ୍ରୁବାର ବାଙ୍ଗିରିପୋଷି ରେଲୱେ ଷ୍ଟେସନ ଠାରୁ ପଦଯାତ୍ରା ଆରମ୍ଭ ହୋଇଥିବାବେଳେ ଏହି ପଦଯାତ୍ରା ରବିବାର ଗୋରୁମହିଷାଣୀ ରେଲୱେ ଷ୍ଟେସନ ଠାରେ ଶେଷ ହୋଇଛି । ପଦଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଦଯାତ୍ରୀଙ୍କୁ ଉସôାହ ବଢାଇଥିବା ବାଙ୍ଗିରିପୋଷିର ବିଭିନ୍ନ ସଂଗଠନ, ବାମନଘାଟି ଉପଖଣ୍ଡର ପ୍ରତ୍ୟେକ ସଂଗଠନର କର୍ମକର୍ତ୍ତା ଏବଂ ସାଧାରଣ ଜନତାଙ୍କୁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଧନ୍ୟବାଦ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁରହିବ ବୋଲି ପ୍ରକାଶ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶାର ପ୍ରଥମ ରେଳ ଲାଇନ୍ ୧୯୦୪ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲା । ମୟୂରଭଞ୍ଜ ମହାରାଜାଙ୍କ ଉଦ୍ୟମ ଓ ତତ୍ପରତା ଯୋଗୁଁ ବାରିପଦାରୁ ରୁପ୍ସା ଏବଂ ବାରିପଦାରୁ ବାଙ୍ଗିରିପୋଷି ଯାଏଁ ରେଳପଥ କାର୍ଯ୍ୟକ୍ଷମ ହୋଇଥିଲା । ଇତି ମଧ୍ୟରେ ଶହେ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଗଲାଣି । ହେଲେ ମୟୂରଭଞ୍ଜ ରେଳ ମାନଚିତ୍ରରେ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ରେଳ ଲାଇନ୍ କାମ ଆରମ୍ଭ ହୋଇପାରୁନି । ଏଥିପାଇଁ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦାୟୀ କରିଛନ୍ତି ଜିଲ୍ଲାବାସୀ । କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଦେଇ ଚାଲିଥିବା ମିଥ୍ୟା ପ୍ରତିଶୃତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଭଞ୍ଜସେନା ପକ୍ଷରୁ ପ୍ରକାଶ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପାଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଅଞ୍ଜନ ବରାଳ, ମହମ୍ମଦ ଅଲି ଖାନ୍, ଲକ୍ଷ୍ମଣ ଟୁଡୁୁ, ସୌମିତ ବଳ, ରମଜାନ୍ ବେଗ, ମୋହିତ ବିଶୋଇ, ଚିକୁ ମହାନ୍ତି, ଶୁଭମ ପଣ୍ଡା, ଶିବରାଜ ମହାନ୍ତି ଓ ସାଦନା ସର୍ଦ୍ଦାର ପ୍ରମୁଖଙ୍କ ସହ ବହୁ ଭଞ୍ଜସେନା କର୍ମୀ ନେତୃତ୍ୱ ନେଇଥିବାବେଳେ ଏହି ପଦଯାତ୍ରରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂଙ୍କ ସହ ବାଜୁନ୍ ହାଁସଦାଃ, ଜିତେନ୍ଦ୍ର ହେମ୍ବ୍ରମ, ରାମକୁଣ୍ଡିଆ ମୁର୍ମୁ, ମନୋରଞ୍ଜନ ବାରିକ, ସ୍ୱାଧିନ କର, ସଂଜିବ କର, ରାଜେଶ ବାରିକ, ବିଷ୍ଣୁପ୍ରସାଦ ମହାନ୍ତ, ମନୋରଞ୍ଜନ ମହାନ୍ତ, ଆଦର୍ଶ କୁମାର ମାଝୀ, ଜୀବନ ମୁର୍ମୁ, ଆୟୁଷ୍ମାନ ସୋରେନ୍, ରଘୁ ଚପେୟାର, ରାମାୟ ହେମ୍ବ୍ରମ, ରବିନ୍ଦ୍ର ମୁର୍ମୁ, ନାଥ ହେମ୍ବ୍ରମ, ଶିବଦାସ ମୁର୍ମୁ, ନିରଞ୍ଜନ ବାସ୍କେ, ରାଜେନ୍ ମୁର୍ମୁ, ବାଜୁନ୍ ମୁର୍ମୁ ଓ ଶିବଶଙ୍କର ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.