Odisha news

ପାର୍ବଣ ଆଣିବ କି ତୃତୀୟ ଲହର ?

ହିମାଂଶୁ ଶେଖର ଆଚାର୍ଯ୍ୟ : କରୋନାର ଦ୍ୱିତୀୟ ଲହରର ଭୟାବହତା ମନରୁ ନଲିଭୁଣୁ ଦେଶରେ ତୃତୀୟ ଲହରର ଆଶଙ୍କା ଦେଖାଦେଇଛି । ଅନୁମାନ କରାଯାଉଛି ସେପ୍ଟେମ୍ବରର ଅନ୍ତିମ ସପ୍ତାହ ବେଳକୁ ତୃତୀୟ ଲହରର ପ୍ରଭାବ ଦେଖାଯିବ । ଅକ୍ଟୋବର ବେଳକୁ ଏହା ଶିଖରରେ ପହଞ୍ଚିବ । ଏହି ସମୟରେ ଦୈନିକ ୫ଲକ୍ଷ ମାମଲା ଆସିବାର ସମ୍ଭାବନା ରହିଛି । ପାଖାପାଖି ୨ମାସ ପର୍ଯ୍ୟନ୍ତ ମହାମାରୀ କରୋନା ସହିତ ଲଢିବାକୁ ପଡିପାରେ । ଏପରିକି କିଛି ରାଜ୍ୟରେ ଲକ୍ଡାଉନ ଲାଗୁକରିବାକୁ ପଡିପାରେ । ବିଶେଷତଃ କରୋନାର ତୃତୀୟ ଲହରର ପ୍ରଭାବ ଶିଶୁମାନଙ୍କ ଉପରେ ଅଧିକା ରହିବା ନେଇ ବିଶେଷଜ୍ଞ କମିଟି କହିଛନ୍ତି ।

ଏହି କମିଟି ସୁପାରିଶ ଅନୁସାରେ ଦେଶରେ ଶିଶୁମାନଙ୍କ ପାଇଁ ହସ୍ପିଟାଲ, ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣରେ ଶଯ୍ୟା, ଡାକ୍ତର, ଭେଣ୍ଟିଲେଟର, ମେଡିକାଲ କର୍ମଚାରୀ, ଅକ୍ସିଜେନ ତଥା ଆମ୍ବୁଲାନ୍ସର ଉପଲବ୍ଧତା ନେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛି କମିଟି । ଏଥିସହିତ ଶିଶୁମାନଙ୍କର ଟିକାକରଣ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେହିପରି ଆମ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଥିଲେ ହିଁ ସେପ୍ଟେମ୍ବରରେ ତୃତୀୟ ଲହର ଆସିବବୋଲି ଆକଳନ କରାଯାଇଛି । ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଶିଶୁ ସଂକ୍ରମଣହାର ୧୨ରୁ୧୩ ପ୍ରତିଶତ ରହିଛି । ତୃତୀୟ ଲହର ପାଇଁ ରାଜ୍ୟରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ କୋଭିଡ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି ।

ସୂଚନାଯୋଗ୍ୟ ଯେ, କିଛିଦିନର ବ୍ୟବଧାନ ପରେ ପୁଣିଥରେ ଦେଖା ଦେଇଛି କରୋନା ଆତଙ୍କ । ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ସମସ୍ତଙ୍କୁ ଭୟଭୀତ କରିଛି । ଇତିମଧ୍ୟରେ କେରଳରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତଥ୍ୟ ଅନୁସାରେ ସମଗ୍ର ଦେଶରେ ୪୬ହଜାର ୧୬୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ୩୧ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୬୦୭ଜଣଙ୍କର ମୃତୁ୍ୟ ହୋଇଥିବା ରେକର୍ଡ କରାଯାଇଛି । ଜଣା ପଡିଛି ଯେ, କରୋନାର ତୃତୀୟ ଲହର ଶୀର୍ଷରେ ପହଞ୍ଚିଲା ବେଳକୁ ଓଡିଶାରେ ଦୈନିକ ସଂକ୍ରମଣ ୧୯ହଜାର ୨୭୮ ଛୁଇଁ ପାରେ ବୋଲି କେନ୍ଦ୍ର ସତର୍କ କରାଇ ଦେଇଛି ।

କେନ୍ଦ୍ରର ସତର୍କ ବାଣୀ ପରେ ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲରେ ଆର୍ଟିପିସିଆର୍ ଟେଷ୍ଟ କିଟ୍, ଆଣ୍ଟିଜେନ୍ କିଟ୍, ଆର୍ଟିପିସିଆର୍ ଟେଷ୍ଟ ଲ୍ୟାବ୍ ସହ ୮ପ୍ରକାର ଜରୁରୀ ଔଷଧ ମହଜୁଦ କରି ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ଶିଶୁ ବିଭାଗରେ ଅକ୍ସିଜେନ୍ ୨୦ରୁ୩୦ ବେଡ୍ ଓ ୧୨ ବେଡ୍ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।

କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । କିନ୍ତୁ ବିଜ୍ଞାନ ଜ୍ଞାନକୈାଶଳ ଓ ଡାକ୍ତରୀ ବିଦ୍ୟାର ଉନ୍ନତି ଫଳରେ କିଛି ମହାମାରୀ ବ୍ୟାଧିକୁ ମଣିଷ ରୋକିବାରେ ସକ୍ଷମ ହୋଇପାରିଛି ସତ କିନ୍ତୁ କିଛି ନୂଆ ପ୍ରକାର ବ୍ୟାଧିକୁ ଆପଣାର ମଧ୍ୟ କରିଛି । ବିଶେଷ କରି ଭାଇରସ୍ ଜନିତ ମୃତୁ୍ୟବି ବିଶ୍ୱ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ସ୍ପାନିଶ ଫ୍ଲୁ , ପ୍ଲେଗ୍, ଆନ୍ଥ୍ରାକ୍ସ, ସ୍ୱାଇନ ଫ୍ଲୁ, ବାର୍ଡ ଫ୍ଲୁ ଭଳି ଭାଇରସ୍ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇସାରିଛି । ସମୟ ଥିଲା ମଣିଷ ନିଜ ସଚେତନତା ଅଭାବରୁ ମହାମାରୀକୁ ରୋକିବାବୁ ସମର୍ଥ ହୋଇପାରୁନଥିଲା ।ଏବେ ସଚେତନାତା ବୃଦ୍ଧି ପାଇଥିଲେବି ଏମିତି ନୂଆ ନୂଆ ପ୍ରକାର ରୋଗ ପୃଥିବୀରେ ଦେଖିବାକୁ ମିଳୁଛି । ଯାହାକୁ ଚିହ୍ନଟ କରି ଚିକିସôା କରିବା ଆମ ଚିକିସôା ବିଜ୍ଞାନୀ ଓ ବିଶେଷଜ୍ଞ ମାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା ।

ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ୧୦୦ରୁ ଅଧିକ ରାଷ୍ଟ୍ର ଏହାର ଟିକା ପ୍ରସ୍ତୁତ କରିବାରେ ଲାଗିଥିଲେ । ଆମେରିକା, ବ୍ରିଟେନ୍, ରୁଷିଆ, ଚୀନ୍ ଭଳି ଆଗ ଧାଡିର ଦେଶ ମଧ୍ୟ ଟୀକା ବାହାର କରିବା ଦୈାଡରେ ସାମିଲ ହୋଇଥିଲେ । ଆମ ଦେଶ ଭାରତରେ ମଧ୍ୟ ଏଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତା ଭିତରେ ଗତ ଅଗଷ୍ଟ ୧୧ତାରିଖ ଦିନ ରୁଷିଆ ଆଣିଥିଲା ବିଶ୍ୱର ପ୍ରଥମ କରୋନା ଟିକା । ଇତିମଧ୍ୟରେ ବିଶ୍ୱସ୍ତରରେ ଫାଇଜର, ସ୍ଫୁଟନିକ-ଭି ଓ ଅନ୍ୟାନ୍ୟ ଟିକା ବାହାରି ସାରିଛି । ଆମ ଦେଶ ଏଦିଗରେ ପଛରେ ପଡିନାହିଁ । ଏବେ ଦୁଇଟି ସ୍ୱଦେଶୀ ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ଦ୍ୱାରା ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଛି । ଯଦିଓ ଟିକା କରଣରେ ମଝିରେ ମଝିରେ ଅନିୟମିତତା ଦେଖାଦେଉଛି ତଥାପି ଏହି ପ୍ରକ୍ରିୟାକୁ ଆହୁରି ଅଧିକ ତ୍ୱରାନିତ୍ୱ କରିବାକୁ ପୁଣି ପ୍ରୟାସ ଜାରି ରହିଛି ।

ଗତବର୍ଷ ଦୀପାବଳି ପରେ ପରେ ପୁଣିଥରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଇଥିଲା । ସରକାରୀ କଟକଣା ସତ୍ତ୍ୱେ ଦେଶରେ ବିଭିନ୍ନ ସ୍ଥାନରେ ବାଣ ଫୁଟା ଯୋଗୁଁ ବାୟୁ ପ୍ରଦୂଷଣ ବଢିଥିଲା । ଏପରିକି ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ବାଣ ଓ ବିସ୍ଫୋରକ ପ୍ରୟୋଗ ଯୋଗୁଁ ବାୟୁର ମାନ ବିପଦ୍ଜନକ ହୋଇଥିଲା । ବାଣ ବିକ୍ରି ଓ ବ୍ୟବହାରକୁ ନେଇଥିବା କଟକଣାକୁ ଅନେକ ଖାତିରି କରିନଥିଲେ । ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ମଧ୍ୟ ନଡା ଜାଳିବା ଯୋଗୁଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣସ୍ତର ବଢିଯାଇଥିଲା । ସେହିପରି ଗତ ସାବିତ୍ରୀ ବ୍ରତ ଓ ରଜ ସମୟରେ ସହର ବଜାରରେ ଲାଗିରହିଥିଲା ଅସମ୍ଭବ ଭିଡ । ପରମ୍ପରା ଆଳରେ ସାମାଜିକ ଦୂରତା ମାନୁନଥିଲେ କେହି । ସତେ ଯେମିତି କରୋନା ସଂକ୍ରମଣ ପ୍ରତି କାହାରି ନିଘା ନଥିଲା । ଅମାନିଆଙ୍କ ସଂଖ୍ୟା ଏତେ ବଢିଯାଇଥିଲା ଯେ ତାହା ନକହିବା ଭଲ ।

ଏଥିରୁ ଜଣାପଡୁଛି ତଥାପି ଆମ ଲୋକଙ୍କ ପାଖରେ ଏବେବି ସଚେତନତାର ଅଭାବ ରହିଛି । ଏବେ ଚାଲିଛି ପାର୍ବଣ ଋୁତୁ । କେରଳର ଅନାମ ପର୍ବ ଠାରୁ ଆରମ୍ଭ କରି ବିଶ୍ୱକର୍ମା ପୂଜା ,ରକ୍ଷାବନ୍ଧନ ଓ ଜନ୍ମାଷ୍ଟମୀ । ଏହି ସମୟରେ ଦୋକନ ବଜାରରେ ଭିଡ ଜମିବା ସହିତ ଘର ପରିବାରରେ ଅତିଥିଙ୍କ ଜିବା ଆସିବା ବଢିଥାଏ । ତେଣୁ ଏହି ସମୟରେ କୋଭିଡ ନିୟମ ଉଲଙ୍ଘନ ହେବାର ଆଶଙ୍କା ରହିଛି । ଯାହାକି ବିପଦକୁ ଡାକିପାରେ । ଏଭଳି ସ୍ଥିତି ଏଡାଇବା ଲାଗି କଟକଣାକୁ ଜୋରଦାର କରାଇବା ପାଇଁ ପରାମର୍ଶ ଦେଇଛି କେନ୍ଦ୍ର । ସେଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଅଧିକାଂଶ ରାଜ୍ୟରେ ତାଲା ବନ୍ଦ କଟକଣା ହଟିଯାଇଥିବାରୁ ଏହି ଉସôବ ସମୟରେ ଜନ ଗହଳି ହେବାର ଆଶଙ୍କା ରହିଛି ।

ଦୁଇଥର କରୋନା ଲହରର ପ୍ରଭାବ କଣ ଥିଲା ତାହା ଆମେ ସମସ୍ତେ ଅଙ୍ଗେନିଭେଇଛେ । ବୟସ୍କ ଓ ଯୁବକ ଯୁବତୀ ସଂକ୍ରମଣରେ ଆକ୍ରାନ୍ତ ହୋଇ ମରଣ ମୁହଁକୁ ଠେଲି ହୋଇଗଲେ । ପ୍ରଥମ ଲହର ବେଳେ ଅଭିଜ୍ଞତା ନଥିବାରୁ ସାମାଜିକ ଦୂରତା ରକ୍ଷା ମାସ୍କ ପରିଧାନ ସହ ହସ୍ତ ପ୍ରକ୍ଷାଳନ କରିବା ଦ୍ୱାରା ବହୁ ପରିମାଣରେ ଉପକାର ମିଳିଲା । ଦ୍ୱିତୀୟ ଲହର ବେଳକୁ ଜୀବନ ରକ୍ଷା ନେଇ ଟିକାର ବ୍ୟବହାର ଫଳରେ କିଛି ଉପକାର ମଧ୍ୟ ମିଳିଲା । କିନ୍ତୁ ତୃତୀୟ ଲହର ପାଇଁ ଚିନ୍ତା ବଢିଯାଇଛି । ପ୍ରତିଷେଧକ ଟିକା ଏବେ ପୁରା ବିକଶିତ ହୋଇନାହିଁ । ୧୦୦ରୁ ମାତ୍ର ୨୩ ଜଣଙ୍କ ପାଇଁ ଡାକ୍ତଖାନାରେ ଭର୍ତ୍ତିକରାଯିବା ଦରକାର ବୋଲି ବିଶେଷଜ୍ଞମାନେ କହିସାରିଲେଣି । ଭବିଷ୍ୟତର ନାଗରିକ ବୋଲି କୁହଯାଉଥିବା ଶିଶୁମାନଙ୍କର ସ୍ୱାସ୍ଥ୍ୟ ବିଷୟ ନେଇ ଚିନ୍ତା ସମସ୍ତଙ୍କର ବଢିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଚାରରେ ଶିଶୁମାନଙ୍କୁ କରୋନା ତୃତୀୟ ଲହରର ପ୍ରଭାବରୁ ରକ୍ଷା କରିବା ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି । ତେଣୁ ଏ ଦିଗରେ ବ୍ୟାପକ ବିଚାର ବିମର୍ଶ ସହ ଏ ଦିଗରେ ସଚେତନାତାର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାର ଯଥେଷ୍ଟ ଆବଶ୍ୟକତା ରହିଛି ।

କରୋନାର ତୃତୀୟ ଲହର ସେପ୍ଟେମ୍ବରରେ ଆସିବା ନେଇ ଯେଉଁ ଆକଳନ କରାଯାଉଛି ସେଥିପ୍ରତି ଆମକୁ ସଜାଗ ରହିବାକୁ ପଡିବ । କାରଣ ତୃତୀୟ ଲହର ପ୍ରଭାବ ଶିଶୁ ତଥା ଯୁବକମାନଙ୍କ ଉପରେ ଅଧିକ ପଡିବାର ସମ୍ଭାବନା ଥିବାରୁ ଏ ନେଇ ଅଧିକ ସତର୍କତା ଓ ସାବଧାନତା କରାଯିବା ଉଚିତ । ଏନେଇ ଚେତାବନୀ ଦେଇଛି ଏନ୍ଆଇଡିଏମ୍ କମିଟି । ଏହାକୁ ଆମେ ହାଲ୍କାଭାବେ ନେଲେ ଚଳିବ ନାହିଁ । କାରଣ କରୋନାର ଦ୍ୱିତୀୟ ଲହର ୬୪ ଦିନରେ ପିକ୍ ନେଇଥିଲା । ତୃତୀୟ ଲହର ଆସିଲେ ତାର ପିକ୍ ପିରିୟଡ ପାଇଁ ଆମକୁ ଅପେକ୍ଷା କରିବାକୁ ହେବ ।

ଅନ୍ୟପଟେ କରୋନା ଡେଲ୍ଟା ପ୍ରଜାତି ଭୂତାଣୁ ଏବେ ପୁଣି ଚିନ୍ତା ବଢାଇଛି ଓ ଅଧିକ ପ୍ରାଣଘାତୀ ବୋଲି ବିଶେଷଜ୍ଞ କହୁଛନ୍ତି । ଇତି ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ଆମ ରାଜ୍ୟରେ ୫୦ଲକ୍ଷରୁ ଅଧିକ ଲୋକଙ୍କୁ ଡବଲ ଡୋଜ୍ ଟିକା ଦିଆଯାଇପାରିଛି । ସେହିପରି ଆମ ଦେଶରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଟୀକା ଦିଆ ସରିଛି । ଏହା ଆମ ପାଇଁ ଏକ ବଡ ସଫଳତା । ଏହା ଶରୀରରେ ଆଣ୍ଟି ବଡ଼ି ସୃଷ୍ଟି କରିବ । ଏସବୁ ସତ୍ତ୍ୱେ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିବାର ଅଧିକ ସମ୍ବାବନା ଥିବାରୁ ଏଦିଗରେ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହେବ । ଏହାହିଁ ସମୟର ଆହ୍ୱାନ ।

Shares