ବାରିପଦା: ସାନ୍ତାଳୀ ଫିଲ୍ମ ଡେଭଲ୍ପୋମେଣ୍ଟ ଏସୋସିଏସନ ପକ୍ଷରୁ ବାରିପଦା ସ୍ଥିତ ଲାୟନ୍ସ କ୍ଲବ ଠାରେ ସଂଗଠନ ସଭାପତି ଧନେଶ୍ୱର ମାରାଣ୍ଡିଙ୍କ ସଭାପତିତ୍ୱରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ କଣ୍ଠଶିଳ୍ପୀ ଯଦୁନାଥ ସୋରେନ୍ ଏବଂ ବସେନ୍ ମୁର୍ମୁଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ବିଶ୍ୱାମିତ୍ର କିସ୍କୁ ଉପସ୍ଥିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣସମ୍ପାଦକ ଗୋବିନ୍ଦ ମାରାଣ୍ଡି ସଂଗଠନ ସମ୍ପର୍କରେ ବିଶଦ ବିବରଣୀ ପାଠ କରିଥିଲେ ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତି କରିଥିଲେ । ଏହି ବୈଠକରେ ଓଡିଶା ତଥା ପଡୋଶୀ ରାଜ୍ୟରୁ ମଧ୍ୟ ବହୁ କଳାକାର ତଥା କଳାପ୍ରେମୀ ଅଂଶଗ୍ରହଣ କରିଥିଲେ ।
ଉକ୍ତ ବୈଠକରେ ସାନ୍ତାଳୀ ତଥା ଆଦିବାସୀ ଭାଷାଭାଷୀ ସମ୍ପ୍ରଦାୟମାନଙ୍କର ଗୀତ, ସଂଗୀତ, ନୃତ୍ୟ, କଳା ଓ ସଂସ୍କୃତିର ବିକାଶ ଓ ସଂରକ୍ଷଣ କିପରି ହୋଇପାରିବ ତାହା ଉପରେ ଆଲୋପାତ କରାଯାଇଥିଲା । ଏହି ବୈଠକରେ ଦିନକୁ ଦିନ ହଜିଯାଉଥିବା ଲୋକ ସଂଗୀତ ଲୋକ ନୃତ୍ୟକୁ ଚଳଚ୍ଚିତ୍ର ମାନଙ୍କରେ ସ୍ଥାନ ଦେଇ ସେଗୁଡିକର ଉଦ୍ଧାର ଏବଂ ବଞ୍ଚାଇ ରଖିବାର ପ୍ରୟାସ କରାଯିବ ବୋଲି ସ୍ଥିର କରାଯିବା ସହ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରାଯିବ ବୋଲି ସଂଗଠନ ପକ୍ଷରୁ ମତ ରଖାଯାଇଥିଲା ତଥା କଳାକାରମାନଙ୍କୁ ପ୍ରୋତ୍ସାହନ କରିବା
ନିମନ୍ତେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ କରିବା ପାଇଁ ଆୟୋଜନ କରିବା ସମ୍ପର୍କରେ ସଂଗଠନର କର୍ମକର୍ତ୍ତା ଗୁରୁତ୍ୱ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ଉପସଭାପତି କାହ୍ନୁ ଟୁଡୁ, ମାନୀ ମୁର୍ମୁ, ସହସମ୍ପାଦକ ବସନ୍ତ ସୋରେନ୍, କୋଷାଧ୍ୟକ୍ଷ ବିରାମ ସୋରେନ୍, ମୁଖ୍ୟପ୍ରଚାର ପରିକଳ୍ପନାକାର ଶୈଳେନ୍ଦ୍ର ହେମ୍ବ୍ରମ, ମୁଖ୍ୟ ସଂଯୋଜକ ଦେବବ୍ରତ ହେମ୍ବ୍ରମ, ଉପଦେଷ୍ଟା ରୁନ୍ଦୁ ହାଁସଦାଃ, ଭରତ ଭୂଷଣ ମାଝି, ମଙ୍ଗଲ ହାଁସଦାଃ, ପରମାନନ୍ଦ ମାଝି ଓ ରଞ୍ଜନ କୁମାର ମାରାଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Comments are closed.