Odisha news

ଡାହାଣୀ ସନେ୍ଦହରେ ମାଇଁର ମୁଣ୍ଡ କାଟିଲା ଭଣଜା, କଟାମୁଣ୍ଡ ଧରି ଆତ୍ମସମର୍ପଣ

0

ବାରିପଦା  : ଅନ୍ଧବିଶ୍ୱାସ ତଥା ଗୁଣିଗାରେଡି ଆଦି କୁ ପନ୍ଥାକୁ ଦୂର କରିବାପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ସମାଜରେ ଏହାର କୌଣସି ଫରକ ପଡୁନାହିଁ । ଡାହାଣୀ ସନେ୍ଦହରେ ନିଜର ମାଇଁର ମୁଣ୍ଡକୁ କାଟିଛି ଭଣଜା, ଏହିପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ, କରକଚିଆ ଗ୍ରାମର ବୁଧୁରାମ ସିଂ(୨୮)ଙ୍କର ଶିଶୁକନ୍ୟାର ସବୁବେଳେ ଦେହ ଅସୁସ୍ଥ ରହୁଥିବା ସହ ତାଙ୍କ ଝିଅର ମୃତୁ୍ୟ ଘଟିଥିଲା ।

ମାତ୍ର ବୁଧୁରାମ ଝିଅର ମୃତୁ୍ୟ ପଛରେ ଡାହାଣୀ ବିଦ୍ୟା ରହିଥିବା ସନେ୍ଦହ କରିବା ସହ ତାଙ୍କ ମାଈଁ ଚମ୍ପା ସିଂ(୬୦) ଡାହାଣୀ ହୋଇ ତାଙ୍କ ଝିଅକୁ ହତ୍ୟା କରିଛନ୍ତି ବୋଲି ସନେ୍ଦହ ଦୃଢିଭୂତ ହୋଇଥିଲା । ଶେଷରେ ଉତ୍ୟକ୍ତ ହୋଇ ସୋମବାର ଅପରାହ୍ନରେ ଚମ୍ପାଙ୍କ ମୁଣ୍ଡକୁ ଏକ ଟାଙ୍ଗିଆ ସାହାଯ୍ୟରେ ହାଣୀ ନିର୍ମମ ଭାବେ ହତ୍ୟା କରିଥିଲା ବୁଧୁରାମ । ହତ୍ୟା କରିବାପରେ ମାଇଁର କଟାମୁଣ୍ଡକୁ ଧରି ଥାନାକୁ ଆତ୍ମସମର୍ପଣ କରିବାକୁ ଯାଉଥିବାବେଳେ ପୋଲିସ ହାତରେ ରାସ୍ତାରେ ଧରାପଡିଥିଲା । ଏନେଇ ଖୁଣ୍ଟା ଥାନାରେ ୯୬/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave A Reply