Odisha news

ଶତ ପ୍ରତିଶତ ଭୋଟ ଦାନ ପାଇଁ ନିବେଦନ

0

ବାରିପଦା  : ଚଳିତ ୨୦୨୪ ମସିହା ସାଧାରଣ ନିର୍ବାଚନରେ ମୟୂରଭଞ୍ଜବାସୀ ଶତ ପ୍ରତିଶତ ଭୋଟଦେଇ ଉପଯୁକ୍ତ ବିଧାୟକ ଏବଂ ଲୋକସଭା ସଦସ୍ୟ ନିର୍ବାଚିତ କରିବାକୁ ମୟୂରଭଞ୍ଜ ସିଟିଜେନ୍ ଫୋରମ୍ ପକ୍ଷରୁ ନିବେଦନ କରାଯାଇଛି । ତତ୍ସହିତ ୧୯୫୧ ମସିହା ପ୍ରଥମ ସାଧାରଣ ନିର୍ବାଚନରେ ଦେଶର ଜନସଂଖ୍ୟା ମାତ୍ର ୩୭କୋଟି ଥିବାବେଳେ ଏବେ ତାହା ୧୪୪କୋଟି ପହଞ୍ଚି ସାମୂହିକ ବିକାଶର ବହୁଗୁଣରେ ଆବଶ୍ୟକତା ଅଛି । ୧୯୫୨ ମସିହାରୁ ୧୯୬୯ ମସିହା ପର୍ଯ୍ୟନ୍ତ ଦେଶରେ ଏକସଙ୍ଗେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହୋଇ ସରକାରୀ ଅର୍ଥର ଅଳ୍ପରେ ସଦୁପୋଯୋଗ ହୋଇଥିବା ହେତୁ ଆଗାମୀ ୨୦୨୯ ନିର୍ବାଚନକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଏକ ସଙ୍ଗେ କରିବା ପାଇଁ ଫୋରମ୍ ଦାବି କରିଛି । ତେବେ ଆଗାମୀ ନିର୍ବାଚନର ଜୁନ୍ ମାସ ୪ତାରିଖ ନିର୍ବାଚନ ଫଳ ପ୍ରକାଶ ପରେ ବାରିପଦା ଷ୍ଟାଡିୟମ ସଭାକକ୍ଷରେ ନିର୍ବାଚିତ ସର୍ବଦଳୀୟ ଲୋକ ପ୍ରତିନିଧି ମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଫୋରମ୍ ତରଫରୁ ଏହି ଉତ୍ସବରେ ଜିଲ୍ଲାର ସମସ୍ତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ, ସାମ୍ବାଦିକ ବନ୍ଧୁ ଏବଂ ବିଶିଷ୍ଟ ବୁଦ୍ଧିଜୀବୀ ମାନଙ୍କୁ ମୟୂରଭଞ୍ଜର ସାମୂହିକ ବିକାଶ ଲାଗି ନିମନ୍ତ୍ରଣ କରାଯିବ ବୋଲି ଫୋରମ୍ଭର ଉପସଭାପତି ଆଡ୍. ପ୍ରବୀର କୁମାର ବସା, ସମ୍ପାଦକ ଆଡ୍ ବିପ୍ଳବ କୁମାର ବାରିକ, ଉଦଳା ସଦସ୍ୟ ଆଡ୍ ଲମ୍ବୋଦର ବେହେରା, ବେତନଟୀ ସଦସ୍ୟ ଆଡ୍. ସଚ୍ଚିଦାନନ୍ଦ ମହାନ୍ତି, କରଞ୍ଜିଆ ସଦସ୍ୟ ଆଡ୍. ସଞ୍ଜୟ କୁମାର ସାହୁ, ରାଇରଙ୍ଗପୁର ଆଡ୍. ପ୍ରଦ୍ୟୁମ୍ନ କୁମାର ଲେଙ୍କା ଏବଂ ବଡସାହି ସଦସ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ ପ୍ରମୁଖ ସୂଚନା ଦେଇଛନ୍ତି

Nalco
Leave A Reply