ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନି ଛାତ୍ରୀ ସର୍ବଭାରତୀୟ ଜାତୀୟ ରଗ୍ବୀ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି
ବାରିପଦା : ମହାରାଷ୍ଟ୍ରର ପୁନେ ଠାରେ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ସର୍ବଭାରତୀୟ ରଗ୍ବୀ ପ୍ରତିଯୋଗିତା ୧୯ ବର୍ଷରୁ କମ୍ ବାଳିକା ବିଭାଗରେ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ଜଣ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ମାର୍ଣ୍ଡି, ହିସି ଟୁଡୁ ଏବଂ ଅମିଷାରାଣୀ ମାଝୀ ଅଂଶଗ୍ରହଣ କରି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଏବଂ ଟ୍ରଫୀ ଅର୍ଜନ କରି ରାଜ୍ୟ ତଥା ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଏହି ସଫଳତା ପାଇଁ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେସ କୁମାର ଷଡଙ୍ଗୀ କ୍ରୀଡା ଶିକ୍ଷକ ତାପସ କୁମାର ସାମଲ ସହିତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶୁଭକାମନା କରିଛନ୍ତି ।