Odisha news

ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ସଭା

0

ବାରିପଦା : ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟୟନ କେନ୍ଦ୍ର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦାରେ ଏକ ଆଭିମୁଖ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ପ୍ରମୋଦ ଚନ୍ଦ୍ର ସାହୁ । ସେ ଭାଷଣରେ କହିଥିଲେ ଯେ, ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କିପରି ସମସ୍ତଙ୍କ ପାଇଁ ଉପାଦେୟ, ଶିକ୍ଷା ପାଇଁ ସେ ବୟସର ବାଧକ ନୁହେଁ ଏବଂ ତାର ଇ-ଶିକ୍ଷା କିପରି ସୁବିଧା ହୋଇଛି, ମେଧାବୃତ୍ତି ଓ ଉଚ୍ଚଶିକ୍ଷା ନିମନ୍ତେ ବାଟ ଫିଟାଇଛି ଏହି ସମ୍ପର୍କରେ ମତପୋଷଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା ଓ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ବିଷୟରେ ଆଲୋଚନା କରିଥିଲେ ଅଧ୍ୟୟନ କେନ୍ଦ୍ରର ସଂଯୋଜକ ଡଃ ଦୀପକ କୁମାର ବେହେରା । ସମାଜରେ ଶିକ୍ଷାର୍ଥୀଙ୍କ ନିଜର ପରିଚୟ ତିଆରି କରିବାରେ ଓଏସଓୟୁ କିପରି ସହାୟକ ହୋଇଛି ଏବଂ ଓଏସଓୟୁର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟୟନ କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେଳେ ସେମାନଙ୍କ ଠାରୁ ନାନା ପ୍ରଶ୍ନ ଓ ପ୍ରତିକ୍ରିୟା ଗ୍ରହଣ କରାଯାଇଥିଲା । ଏହି ସଭାରେ ବହୁ ବିଷୟର କାଉନସେଲର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ । ଶେଷରେ ସହାୟକ ଅର୍ଜୁନ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply