Odisha news

ଆନ୍ତର୍ଜାତୀକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ ଜିଲ୍ଲାବ୍ୟାପୀ ପ୍ରତିମୂର୍ତ୍ତିକୁ ସଫା କଲା ଭଞ୍ଜସେନା

0

ବାରିପଦା  : ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ତିରୋଧାନ ଦିବସ ତଥା ଅନ୍ତର୍ଜାତୀକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନକ୍ରମେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଆମ ମୟୂରଭଞ୍ଜ ଜିଲ୍ଲା, ଓଡିଶା ରାଜ୍ୟ ତଥା ଦେଶର ସମସ୍ତ ମହାତ୍ମା, ବରପୁତ୍ର ତଥା ଆମ ପୂର୍ବପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକୁ ସଂଗଠନ ପକ୍ଷରୁ ଧୋଇ ସଫା କରିବା ସହିତ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଓବିସି ଶାଖା ସଭାପତି ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଜିଲ୍ଲା ଉପସଭାପତି ରାକେଶ ମହାନ୍ତି, ସନାତନ ସାହୁ, ପଙ୍କଜ କରଣ, ମନୋଜ ପାତ୍ର, ସଞ୍ଜୟ ମହାନ୍ତ, ବିକାଶ ସିଂ, ସଞ୍ଜୟ ମାହାନା, ସୋନୁ ରାମ, ସତ୍ୟ ପୃଷ୍ଟି ଓ ତ୍ରିନାଥ ସିଂ ପ୍ରମୁଖ ସାମିଲ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

Leave A Reply