ବାରିପଦା : ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍ଥାନୀୟ ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅନ୍ୟାନ୍ୟ କତୃପକ୍ଷଙ୍କ ମିଳିତ ସହଯୋଗରେ ମହାବିଦ୍ୟାଳୟ ନିକଟରେ ଏକ ଜଳଛତ୍ର ଅନୁଷ୍ଠିତ ହୋଇଯାଇଛି । ଅତିଶୟ ଗରମ ହେତୁ ପଥଚାରୀ ମାନଙ୍କୁ ଦହି ପାଣି ଏବଂ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ସାହୁ ଜଳଛତ୍ରକୁ ଉଦ୍ଘାଟନ କରିଥିଲେ । ଏନ୍ଏସଏସର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଅନାମ ଚରଣ ରାଉଳ ଏବଂ କଲେଜର ଏନ୍ଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରିୟବ୍ରତ ବେହେରା, କୁମାରୀ ରଞ୍ଜନା ରାଣୀ ସିଂ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାବେଳେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ/ଅଧ୍ୟାପିକା ମାନଙ୍କ ମଧ୍ୟରେ ଡଃ ଆଲବର୍ଟିନା ତିର୍କୀ, ଡ଼ଃ ଦୀପକ କୁମାର ବେହେରା ଏବଂ ରତନୀ ହାଁସଦା ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଜାତୀୟ ସେବା ଯୋଜନାର ଏଇ ଭଳି ଏକ ପ୍ରୟାସକୁ ପଥଚାରୀ ମାନେ ବହୁତ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ଆଦର୍ଶ, ରିଙ୍କୁ, ଶୁଭମ, ସନ୍ଦୀପ, ମନାଲ, କେପି, ସୈମ୍ୟ, ରିତୁ, ଦିୟା, ନିବେଦିତା, ଚିନ୍ମୟ, ଦିପୁ ଓ ସମସ୍ତ ସ୍ୱେଛାସେବୀ ସହଯୋଗରେ ଭଲଭାବରେ ସମାପ୍ତ ହୋଇଥିଲା ।