Odisha news

କଂଗ୍ରେସରୁ ଇସ୍ତଫା ଦେଲେ ଅଧ୍ୟାପକ ଗୋପବନ୍ଧୁ

0

ବାରିପଦା  : ମୋରଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନରେ ଓବିସିଙ୍କୁ ଅଣଦେଖା କରାଯାଇଥିବା ଯୋଗୁଁ ଅଧ୍ୟାପକ ଗୋପବନ୍ଧୁ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ପତ୍ରଟିକୁ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ପଠାଇଛନ୍ତି । ପାର୍ଟିର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ସାମାଜିକ ନ୍ୟାୟ ପ୍ରତି ଅଙ୍ଗୀକାରବଦ୍ଧତା ଓ ବିଶେଷ କରି ଓବିସିଙ୍କୁ ନ୍ୟାୟ ପ୍ରଦାନ ପାଇଁ ସଦିଚ୍ଛାକୁ ଲକ୍ଷ୍ୟକରି ସେ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ପାର୍ଟିର ଓଡିଶା ଶାଖା ଏହି ଆଦର୍ଶର ଓଲଟା କାମ କରୁଛି ବୋଲି ଗୋପବନ୍ଧୁ କହିଛନ୍ତି । ମୟୂରଭଞ୍ଜରେ ପାଖାପାଖି ୩୨ଶତକଡା ଓବିସି ଲୋକ ବସବାସ କରନ୍ତି । ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ମୋରଡା ଆସନରେ ପାଖାପାଖି ଅଦେ୍ର୍ଧକ ଲୋକ ଓବିସି । ଓବିସିର କଥା କହୁଥିବା ପାର୍ଟି ଏଠାରୁ ଜଣେ ଓବିସିକୁ ପ୍ରାର୍ଥୀ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ । କେବଳ କଂଗ୍ରେସ ନୁହେଁ ଏଠାରେ ଅନ୍ୟାନ୍ୟ ରାଜନୈତିକ ଦଳମାନେ ମଧ୍ୟ ଓବିସିଙ୍କୁ ଅଣଦେଖା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply