ବାରିପଦା : ମୟୂରଭଞ୍ଜ ଫାଉଣ୍ଡେସନ୍ ପକ୍ଷରୁ ବାରିପଦା ସ୍ଥିତ ବେଲଗଡିଆ ରାଜପ୍ରାସାଦ ଠାରେ ମହିଳା ମାନଙ୍କୁ ନେଇ ତିନିଦିନିଆ କର୍ମଶାଲା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ମହିଳା ମାନଙ୍କୁ ଗାଇ କ୍ଷୀର ରୁ ଚିଜ୍ ପ୍ରସ୍ତୁତିର ତାଲିମ ପ୍ରଦାନ କରାଯାଇଛି । ବଜାରରେ ଉପଲବ୍ଧ ନାମୀ ଦାମୀ କମ୍ପାନୀର ଚିଜ୍ରେ ଅଧିକ ଫ୍ୟାଟ୍, ଲବଣ ତଥା ରାସାୟନିକ ଦ୍ରବ୍ୟ ରହୁଥିବା ବେଳେ ରାସାୟନିକ ଦ୍ରବ୍ୟ ମୁକ୍ତ ଚିଜ୍ ପ୍ରସ୍ତୁତ କରିବାର ପ୍ରଣାଳୀକୁ ଉକ୍ତ ମହିଳା ମାନଙ୍କୁ ତାଲିମ ଦିଆଯାଇଥିଲା । ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀ ମଧ୍ୟରେ ଚିଜ୍ରେ ଅନେକ ·ହିଦା ରହିଥିବାବେଳେ ସେତୁଳନାରେ ଉତ୍ପାଦନ ଯଥେଷ୍ଟ କମ୍ ରହିଛି । ତେଣୁ ଏହି ତାଲିମ ପାଇବା ପରେ ଉକ୍ତ ମହିଳା ମାନେ ବ୍ୟବସାୟିକ ଭିତ୍ତିରେ ଚିଜ୍ ପ୍ରସ୍ତୁତ କରି ଆର୍ଥôକ ସ୍ତରରେ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଫାଉଣ୍ଡେସନର ମୁଖ୍ୟ ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ କହିଛନ୍ତି । ଏଥିପାଇଁ ମୟୂରଭଞ୍ଜ ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ଶ୍ରୀମତୀ ଭଞ୍ଜଦେଓ କହିଛନ୍ତି । ଏହି କର୍ମଶାଳାରେ ତାଲିମ ଦେବା ପାଇଁ ରାଜଜେମା ମୃଣାଳିକା ମଞ୍ଜରୀ ଭଞ୍ଜଦେଓ ଏବଂ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓଙ୍କ ପ୍ରଚେଷ୍ଟା କ୍ରମେ ବିଶ୍ୱସ୍ତରୀୟ ଚିଜ୍ ପ୍ରସ୍ତୁତକାରୀ ଚେନ୍ନାଇ ସ୍ଥିତ କିରକେ ଚିଜ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରତିଷ୍ଠାତା ନମ୍ରତା ସୁନ୍ଦରେସାନ୍ ବାରିପଦା ଆସିଥିଲେ । ସେ ଏହି କ୍ଷେତ୍ରରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରି ଦୁଇଟି ଆନ୍ତର୍ଜାତିକ ପୁରସ୍କାର ପାଇଥିବାବେଳେ ଭାରତ ରାଷ୍ଟ୍ରପତିଙ୍କ ଠାରୁ ଗତ ୨୦୨୩ ମସିହାରେ ନାରୀଶକ୍ତି ସମ୍ମାନରେ ଭୂଷିତ ହୋଇଛନ୍ତି । ତେଣୁ ତାଙ୍କ ଠାରୁ ତାଲିମ ପାଇଥିବା ମହିଳା ମାନେ ମଧ୍ୟ ବେଶ ଉସôାହିତ ଥିବାର ଦେଖିବାକୁ ମିଳିଛି । ସମଗ୍ର ବିଶ୍ୱରେ ଶହ ଶହ ପ୍ରକାରର ଚିଜ୍ ପ୍ରସ୍ତୁତ ହେଉଥିବା ବେଳେ ସେଥିମଧ୍ୟରୁ ଅଧିକ ·ହିଦା ଥିବା ଆଠ ପ୍ରକାର ଚିଜ୍କୁ ପ୍ରସ୍ତୁତ କରିବାର ତାଲିମ ଏହି କର୍ମଶାଳାରେ ପ୍ରଦାନ କରାଯାଇଥିଲା । ସେହିପରି ନିୟମିତ ବ୍ୟବଧାନରେ ଏହି କର୍ମଶାଳାର ଆୟୋଜନ କରାଯିବ ବୋଲି ରାଜପ୍ରାସାଦ ପକ୍ଷରୁ କୁହାଯାଇଛି ।