Odisha news

ନନ୍ଦନକାନନରେ ବାରାଶିଘାଂ ଶାବକ ଜନ୍ମ

0

ବାରଙ୍ଗ : ନନ୍ଦନକାନନର  ୩୮ନମ୍ବର ଖୁଆଡ ରେ  ରହୁଥିବା  ମାଈ ବାରାଶିଘାଂ ଶୁକ୍ରବାର ସକାଳେ ଏକ ଶାବକ ଜନ୍ମ ଦେଇଛି।ଏହି ଶାବକ ଜନ୍ମହେବାପରେ ଉଭୟ ମା’ଛୁଆ ସୁସ୍ଥଥିବା ଜଣାପଡିଛି। ସେମାନଙ୍କ ସଂଖ୍ୟା ୧୪କୁ ବୃଦ୍ଧିପାଇଛି।ସାଧାରଣତଃ ଏହି ପ୍ରଜାତିର ବାରାଶିଘାଂ ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ବର୍ତ୍ତମାନ ଦେଖାଯାଆନ୍ତି।ଏମାନେ ସନ୍ତସନ୍ତରିଆ ଘାସ ଅଞ୍ଚଳ ତଥା ନଦୀର ସମତଳ ଅଞ୍ଚଳର ପଟୁମାଟି ତୃଣଭୂମି ଅଞ୍ଚଳର,ମଧ୍ୟ ନେପାଳ ଓ ଉତ୍ତରଭାରତର ତରାଇ ଅଞ୍ଚଳ,ଉତ୍ତର-ପୂର୍ବ ଭାରତରେ ଦେଖାଯାଆନ୍ତି।

Leave A Reply