Odisha news

ଧୋଇଗଲା ଧବଳେଶ୍ଵର ଅସ୍ଥାୟୀ ରାସ୍ତା। : ଭକ୍ତ ଭଗବାନଙ୍କ ମଧ୍ୟରେ ସମ୍ପର୍କ ବିଛିନ୍ନ

0
ଆଠଗଡ଼ ତା ୩୦-୦୬-୨୩ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଜୁନ୍ ମାସ ଶେଷ ସୁଦ୍ଧା ସରିବ ଧବଳେଶ୍ଵର କୁ ସ୍ଥାୟୀ କଂକ୍ରିଟ ପୋଲ। ବିଭିନ୍ନ ସମୟରେ ରାଜ୍ୟ ର ଵରିଷ୍ଠ ଅଧିକାରୀ ମାନେ ଆସି ତଦାରଖ କରିବା ସହିତ ଏ ସମ୍ପର୍କରେ ଘୋଷଣା କରିଥିଲେ। କିନ୍ତୁ ଜୁନ୍ ମାସ ସରିଲା। ହେଲେ କଂକ୍ରିଟ ପୋଲ ନିର୍ମାଣ ତ ସରିଲା ନାହିଁ ମାତ୍ର ଦୁଇ ଦିନ ପୂର୍ବରୁ ଧବଳେଶ୍ଵର ପୀଠ କୁ ସଂଯୋଗ କରିବାକୁ ନିର୍ମିତ ଅସ୍ଥାୟୀ ରାସ୍ତା ଟି ମହାନଦୀ ରେ ପାଣି ଆସିବା ଯୋଗୁଁ ଭାସି ଯାଇଥିବା ଦେଖା ଦେଇଛି। ଯାହା ଫଳରେ ଆଜି ଠାରୁ ଭକ୍ତ ଆଉ ଭଗବାନ ଙ୍କ ମଧ୍ୟରେ ସମ୍ପର୍କ ବିଛିନ୍ନ ହୋଇ ଯାଇଛି।
 ଗୁଜରାଟ ର ମୋରଵୀ ଠାରେ ହୋଇ ଥିବା ଝୁଲା ପୋଲ ଦୁର୍ଘଟଣା ପରେ ଧବଳେଶ୍ଵର ଝୁଲା ପୋଲ କୁ ଅସୁରକ୍ଷିତ ଦର୍ଶାଇ ବନ୍ଦ କରି ଦିଆ ଯାଇଥିଲା। ପ୍ରାୟ ଦୁଇ ମାସ ଧରି ଭକ୍ତ ଓ ଭଗବାନ ଙ୍କ ସମ୍ପର୍କ ବିଛିନ୍ନ ହେଵା ପରେ ଜିଲ୍ଲାପାଳ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଙ୍କ ହସ୍ତକ୍ଷେପ ପରେ ପୀଠକୁ ଏକ ଅସ୍ଥାୟୀ ରାସ୍ତା ତିରିଶି ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ
ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ହୋଇଥିଲା। ସେହି ରାସ୍ତା ଦେଇ ଦୁଇ କିଲୋମିଟର ଚାଲି ଚାଲି ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁ ଧବଳେଶ୍ଵର ଙ୍କୁ ଦର୍ଶନ କରୁଥିଲେ। ବର୍ଷା ଋତୁ ପୂର୍ବରୁ ସ୍ଥାୟୀ ରାସ୍ତା ଭାବରେ କଂକ୍ରିଟ ପୋଲ ନିର୍ମାଣ କୁ ତ୍ଵରାନିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆ ଯାଇଥିଲା। କିନ୍ତୁ ସବୁ ଗଣିତ କୁ ଭୁଲ୍ ପ୍ରମାଣିତ କରି ଠିକାଦାର ପୋଲ କାମ ସାରି ନ ଥିବା ବେଳେ ମହାନଦୀ ରେ ପ୍ରଥମ ବର୍ଷାର ପାଣି ଆସିବା ଯୋଗୁଁ ଅସ୍ଥାୟୀ ରାସ୍ତା ଟି ଭାସି ଯାଇଛି। ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁ ଙ୍କୁ ଦର୍ଶନ କରି ନ ପାରି ଫେରି ଯାଉଥିବା ଜଣାପଡିଛି।ଏ ସମ୍ପର୍କରେ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ଭକ୍ତ ମାନଙ୍କୁ ଦର୍ଶନ ସୁଯୋଗ ଦିଆ ଯିବ ବୋଲି କହୁଥିଲା ବେଳେ ଏହା କେତେଦୂର ସଫଳ ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Nalco
Leave A Reply