ବାରଙ୍ଗ : ବୟସ ମାତ୍ର ୪ ବର୍ଷ I ଦୁନିଆକୁ ଠିକ ସେ ବୁଝିନଥିବା ଶିଶୁକନ୍ୟା ଭୁଲ ଠିକ ର ବିଚାର କଣ କରିବ I ଅନେକ ସମୟରେ ପିଲା ଭୁଲ କଲେ କବଚ ହୋଇ ଛିଡ଼ାହୋଇଥାନ୍ତି ପିତା-ମାତା I ପିଲାଙ୍କ ସବୁ ଅଳି ଅଝଟକୁ ଅଣଦେଖା କରି ଜିଏ କୋଳେଇ ନିଏ ସେ ହେଉଛି ମା I ହେଲେ ଆଜି ସେହି ମା ରାକ୍ଷସୀ ପାଲଟି ଯାଇଛି I ସାମାନ୍ୟ ଭୁଲ ପାଇଁ ଶିଶୁକନ୍ୟାକୁ ମାଡ ମାରିବା ଘଟଣା ଏବେ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I
ମା ମାଡ଼ରୁ ରାକ୍ଷପାଇବା ପାଇଁ ଶେଷରେ ପିଲାଟି ଥାନାକୁ ଦୌଡି ଦୌଡି ଯାଇଥିଲା I ଭାବିଥିଲା ପୋଲିସ ବାବୁ ମୋତେ ରକ୍ଷା କରିବେ I ହେଲେ ତା ଆଗରୁ ମା ପଞ୍ଚିଗଲା, ଆଉ ପିଲାକୁ ରାସ୍ତା ଯାକ ପିଟି ପିଟି ଘରକୁ ନେଇଯାଇଥିଲା I
ରାସ୍ତାରେ ମଧ୍ୟ୍ୟ କୋମଳମତି ଶିଶୁ ଉପରେ ଟିକେ ଦୟା ଆସିଲାନି ଜନ୍ମିତ ମାର I ପିଟି ପିଟି ଥାନାରୁ ଘରକୁ ନେଇଯାଇଥିଲା I ରାସ୍ତାରେ ଜିଏ ବି ଦେଖୁଥିଲା ତାଙ୍କ ମନରେ ଶିଶୁ ପ୍ରତି ଦୟା ଭାବ ଆସିଯାଉଥିଲା ହେଲେ ଏ କେମିତିକା ମା I ନିଜ ଜନ୍ମିତ ଶିଶୁ ଉପରେ ଏତେ ନିର୍ଦୟୀ କେମିତି ହୋଇପାରୁଛି I ୪ ବର୍ଷର ଶିଶୁ ଟି ଏମିତି କେଉଁ ଜଘନ୍ୟ ଅପରାଧ କରିଥିଲା ଯେ ଯାହାକୁ ନେଇ ମାଡ଼ ମାରିଚାଲିଛି ମା I
ମିଳିଥିବା ସୂଚନା ଅନୁଯାୟୀ,କିଛି ଦିନ ତଳେ ମମି(ଛଦ୍ମନାମ)ନାମକ ଝିଅକୁ ତାର ମା ପ୍ରତିଦିନ ମାଡ଼ ମାରି ଅତ୍ୟାଚାର କରେ । ମା ଠୁ ମାଡ଼ ଖାଇବା ଭୟରେ ଝିଅ ଖସି ଆସି ବାରଙ୍ଗ ଥାନା କୁ ଦୌଡ଼ି ଆସିଥିଲା । ମା ଜାଣିପାରି ସେ ଝିଅକୁ ଅମାନୁଷିକ ଭାବେ ଥାନା ବାହାର ଓ ରାସ୍ତା ଉପରେ,ତାର ଆଙ୍ଗୁଠିକୁ କାଠିରେ ଚାପି ପିଟି ଚାଲିଲା, ସେ ବାଟ ଦେଇ ଯାଉଥିବା ଜଣେ ମହିଳା ତାକୁ ଦେଖି ବାରଣ କଲା ପରେ ମଧ୍ୟ ସେ ତାଙ୍କୁ କହିଲା ଏ ଝିଅ ମୋ ନାଁରେ ଥାନାକୁ ଅଭିଯୋଗ କରିବାକୁ ଯାଉଛି,ମୋ ଝିଅ,ମୁଁ ତାକୁ ମାରିବି, ସେ ମହିଳା ଜଣଙ୍କ ସେ ସମୟର ଭିଡ଼ିଓକୁ ଉତ୍ତୋଳନ କରି,International Human Rights commission(IHRC ), ଓଡିଶା ଶାଖାର ନଜରକୁ ଆଣିଥିଲେ,IHRC ର ସଦର୍ସ୍ୟମାନେ ଏହି ଖବରକୁ ଗମ୍ଭୀରତାର ସହ ନେଇ, ସେ ଝିଅର ମାଆ ବିଷୟରେ ବୁଝିବାକୁ ପାଇଲେ, ସେ ବାରଙ୍ଗ ଥାନା ଅଧୀନ ପାଖ ବସ୍ତି ଅଞ୍ଚଳରେ କେଉଁଠି ରହୁଛି । ସେଥିପାଇଁ IHRC ରାଜ୍ୟ ମୁଖ୍ୟ ଡ଼ ଶିବସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦେଶକ ଇଁ ଶଶାଙ୍କ ଶେଖର ପଣ୍ଡା ଓ ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ, ସେ ସମୟର ଭିଡ଼ିଓ କ୍ଲିପ ସହିତ, ବାରଙ୍ଗ ଥାନା ଅଧିକାରୀ ଙ୍କୁ ଦେଖା କରି, ଏ ବିଷୟରେ ଜଣାଇଥିଲେ । ଯଦି ଝିଅଟି ତାର ମାଆ ପାଖରେ ସୁରକ୍ଷିତ ନୁହେଁ, ତାକୁ କିପରି ସରକାରୀ ନିୟମରେ ସି ଡବ୍ଲୁ ସି କୁ ହସ୍ତାନ୍ତର କରିହେବ କହିଥିଲେ। ଯାହାକୁ ଅତି ଗମ୍ଭୀରତାର ସହ ନେଇ ଥାନା ଅଧିକାରୀ ସଙ୍ଗେ ସଙ୍ଗେ ଏ ବିଷୟର ସତ୍ୟା ସତ୍ୟ ଅନୁଧ୍ୟାନ କରି, ଯାହା ଉଚିତ ପଦକ୍ଷେପ ନେଇହବ କରିବାକୁ ଭରସା ଦେଇଥିଲେ ।
