ତାଳଚେର ତା ୧୧/୦୬ କାଲି ଅପରାହ୍ଣ ସମୟରେ ହଠାତ୍ ଯୋର ପବନ ହେବା ସହ ଅସାରାଏ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି କରିବା ସହ ବିଦ୍ୟୁତ୍ ସରାବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା । ସହରାଚଂଳର ରେମୁଁଆ, ଆର୍ଯ୍ୟବିହାର, ଘଂଟପଡ଼ା, ବନ୍ତୋଲରେ ପୋଲଖୁଂଟି ଖସିପଡ଼ିବା ସହ ଗ୍ରୀଡ଼କୋର ରହିଥିବା ୩୩କେଭି ବିଦ୍ୟୁତ ଟାୱାର୍ ଜାତୀୟ ରାଜପଥ ଉପରେ ଖସିପଡ଼ିବାରୁ ଅବସ୍ଥା ଅଣାୟତ ହୋଇପଡ଼ିଥିଲା । ଫଳରେ ରାସ୍ତାର ଉଭୟପାଶ୍ୱର୍ରେ ସହସହ ସଂଖ୍ୟକ ଗାଡ଼ିମଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା । ତାଳଚେର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପଂହଚି ବିଦ୍ୟୁତ୍ ବିଭାଗକୁ ଡ଼କାଇ ଉକ୍ତ ଟାୱାରକୁ ଅକ୍ଳାନ୍ତ ପରିଶ୍ରମ କରି ରାସ୍ତାରୁ ହଟାଯାଇଥିଲା । ଫଳରେ କାଲି ଅପରାହ୍ଣ ୫ଘଟିକା ଠାରୁ ସହରାଚଂଳରେ ରାତ୍ରୀ ୨ଘଂଟା ୪୫ମିନିଟ୍ ପର୍ଯ୍ୟନ୍ତ ସହରାଚଂଳବାସୀ ବିଦ୍ୟୁତ୍ ସେବାରୁ ବଂଚିତ ହୋଇଥିବା ବେଳେ ଗ୍ରାମାଚଂଳ ଗୁଡ଼ିକରେ ଆଜି ମଧ୍ୟାହ୍ଣ ୧୨ଘଟିକା ପରେ ବିଦ୍ୟୁତ୍ ସେବା ସ୍ୱଭାବିକ ହୋଇଥିଲା । ସହରାଚଂଳ ଠାରୁ ଆରମ୍ଭ କରି ଗ୍ରାମଚଂଳ ଗୁଡ଼ିକରେ ରାସ୍ତା, ବାଟ, ଘାଟରେ ବିଶାଳକାୟ ଗଛ ସହିତ ଛୋଟବଡ଼ ଗଛଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ଏପରିକି, ହଠାତ୍ ଏହି ପବନ କ୍ଷିପ୍ରଗତିରେ ବୋହିବାରୁ କେତେକ ସ୍ଥାନରେ ଚାଳଘର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଘରର ଟିଣଛପର ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି । ବର୍ତମାନ ସୁଦ୍ଧା ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ କେତେକ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସଠିକ୍ ଭାବେ ଯୋଗାଇ ଦିଆଯାଇ ନଥିବା ବେଳେ ଏହି ପବନରେ ବିଦ୍ୟୁତ୍ ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।