ବାରଙ୍ଗ : ପ୍ରଚଣ୍ଡ ରୈାଦ୍ରତାପ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମଙ୍ଗଳବାର ଦିନ ଏକ ୧୨ବର୍ଷର ମାଈ ବାରସିଘାଂ ଅଶୁଂଘାତରେ ଅସୁସ୍ଥ ହୋଇଛି।ପ୍ରାଣୀ ଉଦ୍ୟାନର ୪୮ନମ୍ବର ଏନକ୍ଲୋଜରରେ ରହୁଥିବା ଏହି ମାଈ ବାରାଶିଘାଂ ମଧ୍ୟାନ୍ନ ସମୟରେ ଚଲାବୁଲା କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲା।ଦାୟିତ୍ବରେ ଥିବା କର୍ମଚାରୀ ମାନେ ଘଟଣା ସମ୍ପର୍କରେ କର୍ତ୍ତୁପକ୍ଷଙ୍କୁ ସୂଚନା ଦେଇଥିଲେ।ଖବର ପାଇ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ସେଠାରେ ପହଞ୍ଚି ଅସୁସ୍ଥ ବାରଶିଘାଂକୁ ଏନକ୍ଲୋଜରର ଏକ ସ୍ବତନ୍ର ସ୍ଥାନରେ ରଖି ଜରୁରୀକାଳୀନ ଚିକିତ୍ସା ଆରମ୍ଭ କରିଥିବା ନନ୍ଦନକାନନର ଜଣେ ଅଧିକାରୀ କହିଛନ୍ତି।ଏବେ ପ୍ରାଣୀଉଦ୍ୟାନରେ ୧୫ଟି ବାରଶିଘାଂ ଅଛନ୍ତି।
