Odisha news

ବାରଙ୍ଗ ରେ  ସୁଦୃଢ ହେଉଛି ବିଜେପି ସଂଗଠନ ବଢୁଛି ତୁଷାରଙ୍କ ଲୋକପ୍ରିୟତା

0
ବାରଙ୍ଗ :  ବିଜେଡି ଗଡ କୁହାଯାଉଥିବା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ତୁଷାର ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ବିଜେପି ସଂଗଠନ ବଢିବାରେ ଲାଗିଛି  । ବାଙ୍କୀ ଓ  ବାରଙ୍ଗ ରେ  ବିଜେପିର ୭ ମଣ୍ଡଳର କର୍ମକର୍ତ୍ତା, କର୍ମୀ ଓ ବିଏମସି ନିର୍ବାଚନରେ ପ୍ରତିଦୋନ୍ଦିତା କରିଥିବା ବିଜୟୀ ଓ ପରାଜିତ କର୍ପୋରେଟର ଏବଂ ନିଜ ସାଙ୍ଗରେ ନେଇଥିବା ବିଜେଡି ଛାମୁଆ ନେତା ଓ କର୍ମୀ ମାନଙ୍କୁ ଏକତ୍ରିତ କରି ନିଜର ସଂଗଠନକୁ ବଢାଇବା ସହିତ ବିଜେପି ସଂଗଠନକୁ ସୁଦୃଢ କରିଛନ୍ତି । ଖାଲି ସେତିକି ନୁହେଁ ଜନ୍ମଦିନ, ପର୍ବପର୍ବାଣି, ଯାନିଯାତ୍ରା ଏମିତିକି ମସାଣିରେ ମଧ୍ୟ ପହଞ୍ଚି ସାଧାରଣ ଲୋକମାନଙ୍କ ସୁବିଧା ଅସୁବିଧା ବୁଝି ସୁଖରେ ଦୁଃଖରେ ଭାଗି ହୋଇ ସମସ୍ତଙ୍କର ପ୍ରିୟପାତ୍ର ହେବା ସହ ସମସ୍ତଙ୍କ ହୃଦୟ ଜିତୁଛନ୍ତି । ଯଦି ଏହା ଆଗକୁ ଜାରି ରଖନ୍ତି ତାହେଲେ ବିଜେଡି ଗଡ ଭେଦକରି ବିଜେପି ବାନା ଉଡାଇବାକୁ ଏଡାଇ ଦିଆଯାଇ ନପାରେ ବୋଲି ବାରଙ୍ଗ ରେ ଚର୍ଚ୍ଚା ହେଉଛି । ସାଧାରଣ ଲୋକଙ୍କ କହିବା ଅନୁସାରେ ତୁଷାର ଓ ଦେବୀ  ଉଭୟ ଭଲ ଲୋକ । କିନ୍ତୁ ଦେବୀଙ୍କ ତୁଲନାରେ ତୁଷାର ଙ୍କ ପାଖରେ ଅଧିକ ମାନବିକତା, ଆନ୍ତରିକତା, ସ୍ନେହ ପଣିଆ ଓ ସେବା ମନବୃତି ରହିଛି ବୋଲି ନିଜ ନାମ ଗୋପନ ରଖି ଚା ଖଟିରେ କିଛି ଲୋକେ କହିଛନ୍ତି । କାରଣ ବିଧାୟକ ନଥାଇ ମଧ୍ୟ ସେ ଲୋକମାନଙ୍କ ସୁଖରେ ଦଃଖରେ ନିଜକୁ ସାମିଲ କରି ସୁବିଧା ଅସୁବିଧା ବୁଝିଛନ୍ତି । ଏଥର ବାଙ୍କୀ ବାରଙ୍ଗ ରେ ଦେବୀ ଓ ତୁଷାରଙ୍କ ମଧ୍ୟରେ କଡା ଟକ୍କର ହେବ  । ମୋଦି ଲହର ପାଇଁ ବିଜେପିର ପଲା ଭାରି ରହିବ ବୋଲି ଆଲୋଚନା ହେଉଛି ।
Leave A Reply