Odisha news

ମୋ ବସ ଧକ୍କାରେ ଆହତ ପର୍ଯ୍ୟଟକ 

0
ବାରଙ୍ଗ ; ମୋ ବସ ଚାଳକ ଙ୍କ ବେପୁରିଆ ଗାଡ଼ି ଚାଳନା ଯୋଗୁଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଦୁର୍ଘଟଣା ର ଶିକାର ହୋଇଛନ୍ତି । ପର୍ଯ୍ୟଟକ ଜଣକ କୋଲକାତା ର ମନୀଷ ଚୋହ୍ୱାନ ବୋଲି ଜଣାପଡିଛି । ପ୍ରକାଶ ଯେ , ଶନିବାର ଦିନ ମନିସ  ଓଡ଼ି ୧୩ କ୍ୟୁ ୪୩୯୭ ନମ୍ୱର ଏକ ସ୍କୁଟି ଯୋଗେ ତାଙ୍କ ସାଙ୍ଗ ସହିତ ନନ୍ଦନକାନନ ବୁଲିବାକୁ ଆସିଥିଲେ।  ଗାଡ଼ି ପାର୍କିଂ ରେ ରଖିବାକୁ ଟିକେଟ କଥା ବୁଝିବାକୁ ତାଙ୍କ ସାଙ୍ଗ ଗାଡ଼ି ପାର୍କିଂ କୁ ଯାଇଥିବା ବେଳେ ମନିସ ପାର୍କିଂ ସାମ୍ନାରେ ଗାଡ଼ି ଉପରେ ବସିଥିଲେ । ଭୁବନେଶ୍ୱର ରୁ ନନ୍ଦନକାନନ ଅଭିମୁଖେ ଓଡି ୩୩ ୟୁ ୯୩୨୫ ନମ୍ବର ମୋ ବସ ଦୃତ ଗତିରେ ଆସି ମନିସ୍ ଗାଡ଼ିକୁ ଧକ୍କା ଦେଇଥିଲା । ପାଖରେ ଥିବା କିଛି ଲୋକ ପାଟି କରିବାରୁ ମୋ ବସ ଚାଳକ ଗାଡ଼ି କୁ ରୋକିଥିଲେ। ବସ ଧକ୍କାରେ ମନୀଷ ସାମାନ୍ୟ ଆହତ ହୋଇଛନ୍ତି।  ଏନେଇ ମଣିଷ କୁହନ୍ତି ଯଦି ଲୋକେ ନ ପାଟି କରିଥାନ୍ତେ  ମନୀଷ ଗାଡ଼ି ସହ ବସ ଚକାତଳେ ଚାପି ହୋଇଥାନ୍ତେ ଏବଂ ମୃତ୍ୟୁ ମୁଖରୁ ଅଳ୍ପକେ ବାର୍ତ୍ତିଲେ ବୋଲି     କହିଛନ୍ତି ।
Leave A Reply