ବାରଙ୍ଗ : ଇଚ୍ଛା ଥିଲା ନନ୍ଦନକାନନ ର ପ୍ରାକୃତିକ ପରିବେଶ ସାଙ୍ଗକୁ ଅତି ନିକଟରୁ ବିରଳ ଓ ହିଂସ୍ର ଜୀବଜନ୍ତୁ ଙ୍କୁ ଦେଖିବାକୁ ତାସାଙ୍ଗକୁ ସଫାରୀ , ବୋଟିଂ , ରୋପ୍ ୱେ ର ମଜା ଉଠାଇବେ । କିନ୍ତୁ ସବୁ ଆଶା ଆଶାରେ ରହିଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଙ୍ଗଳବାର ଦିନ ବୁଲିବାକୁ ଆସିଥିବା ପର୍ଯ୍ୟଟକ ହନ୍ତସନ୍ତ ହୋଇ ଫେରିଛନ୍ତି। ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିବା ଦେଖି ନନ୍ଦନକାନନ ମୁଖ୍ୟ ଗେଟ ସମ୍ମୁଖରେ ବିହାର ଓ ଭୁବନେଶ୍ଵର ରୁ ଆସିଥିବା କିଛି ପର୍ଯ୍ୟଟକ ହୋହାଲ୍ଲା କରିଥିବା ଦେଖିବାକୁ ମଧ୍ୟ ମିଳିଛି । ପାଖାପାଖି ୧୦ ହଜାର ରୁ ଉର୍ଦ୍ଧ ପର୍ଯ୍ୟଟକ ନିରାଶ ରେ ଫେରିଥିବା ଜଣାପଡିଛି । ବଡ଼ ଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସୋମବାର ଦିନ ଖୋଲା ରହିଥିବା ବେଳେ ମଙ୍ଗଳବାର ଦିନ ବନ୍ଦ ରହିଥିଲା । ଯାହାକୁ ନେଇ ନନ୍ଦନକାନନ କର୍ତ୍ତୁପକ୍ଷ ଙ୍କ ତରଫରୁ ବହୁ ପ୍ରଚାର ପ୍ରସାର ମଧ୍ୟ କରାଯାଇଥିଲା । ହେଲେ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ନନ୍ଦନକାନନ ମଙ୍ଗଳବାର ଦିନ ଖୋଲା ରହିଥିବା ଭାବି ସକାଳୁ ସକାଳୁ ଭିଡ଼ ଜମାଇଥିଲେ । ନନ୍ଦନକାନନ ର ମୁଖ୍ୟ ଗେଟ ସମ୍ମୁଖରେ ଗେଟ ଖୋଲାଯାଉ ବୋଲି ନାରାବାଚି ଦେଇଥିଲେ । ଗେଟ ସମ୍ମୁଖରେ କର୍ତ୍ତୁପକ୍ଷ ପହଞ୍ଚି ବୁଝାସୁଝା କରିଥିଲେ ବି ପର୍ଯ୍ୟଟକ ମନେ ବୁଝିଥିଲେ । ପାଖାପାଖି ଏକ ଘଣ୍ଟା କାଳ ନାରାବାଜି ଦେଇ ଶେଷରେ ହନ୍ତସନ୍ତ ହୋଇ ଫେରିଥିଲେ ।
